ଉଦ୍ଧାର ହେଲା ବିରଳ ପ୍ରଜାତିର ହିମାଳୟ ପେଚା, ଉଦ୍ଧାର ପରେ ଚିଡିଆଖାନାକୁ ପଠାଇଲା ବନ ବିଭାଗ

Published By : Prameya-News7 Bureau | January 11, 2023 IST

ନୂଆଦିଲ୍ଳୀ, ୧୧/୦୧: ପୁଣି ଏକ ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର। ଉତ୍ତରପ୍ରଦେଶ କାନପୁରରୁ ପୁଣି ଏକ ବିଲୁପ୍ତ ପ୍ରଜାତିର ପେଚା ଉଦ୍ଧାର କରାଯାଇଛି। ଏହି ଖୁବ୍ ବିରଳ। ବୁଧବାର ଏହି ବିରଳ ପ୍ରଜାତିର ପେଚାକୁ କାନପୁରର ଏକ ବଜାରରୁ ଉଦ୍ଧାର କରାଯାଇଛି। ଘଟଣା ସଂପର୍କରେ ଜାଣିବା ପରେ ଉତ୍ତରପ୍ରଦେଶ ବନ ବିଭାଗ ପେଚାଟିକୁ ଉଦ୍ଧାର କରିବା ସହ କାନପୁର ପ୍ରଣୀଉଦ୍ୟାନକୁ ପଠାଯାଇଛି। କାନପୁର ଚିଡ଼ିଆଖାନାର ଡା.ରାମବାବୁ ଏହି ପେଚାକୁ ଏକ ବିଲୁପ୍ତ ପ୍ରଜାତି ଏବଂ ଏହା ଏଭଳି ସ୍ଥାନରେ ଦେଖାଯିବା ଖୁବ୍ କମ୍ ବୋଲି କହିଛନ୍ତି।

ନିକଟରେ ଜାନୁଆରୀ ୯ ତାରିଖରେ କାନପୁରର ଏକ ଗ୍ରାମରୁ ଏକ ବିଲୁପ୍ତ ପ୍ରଜାତିର ହିମାଳୟ ଶାଗୁଣା ମଧ୍ୟ ଉଦ୍ଧାର ହୋଇଥିଲା। ଯାହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ଏହି ବିଲୁପ୍ତ ପ୍ରଜାତିର ଶାଗୁଣା ହିମାଳୟରରେ ରହୁଥିବା ସବୁଠାରୁ ବଡ଼ ପକ୍ଷୀ ପ୍ରଜାତି ମଧ୍ୟରେ ରହିଛି ଏବଂ ଏହାର ଡେଣା ପ୍ରାୟ ୬ ଫୁଟ୍‌ର। ଭିଡିଓରେ କିଛି ଲୋକ ଏହି ଶାଗୁଣାର ବଡ଼ ଡେଣା ଖୋଲି ଦେଖାଉଥିବାର ଦେଖଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.