ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଚେନ୍ନାଇ-ଖଡଗପୁର କରମଣ୍ଡଳ ଏକ୍ସପ୍ରେସ

Published By : Prameya-News7 Bureau | August 15, 2018 IST

ବାଲେଶ୍ବର ୧୫/୮ : ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଚେନ୍ନାଇ ଖଡଗପୁର କରମଣ୍ଡଳ ଏକ୍ସପ୍ରେସର ଶହ ଶହ ଯାତ୍ରୀ । ବାଲେଶ୍ବର ଷ୍ଟେସନ ପୂର୍ବରୁ ତାମୁଳିଆ ନିକଟରେ ଦୁର୍ଘଟଣା । ମିକ୍ସଚର ମେସିନକୁ ଧକ୍କା ଦେଲା ଟ୍ରେନ । ଆଜି ସକାଳେ ୬ ଜଣ ଲୋକ ମେସିନକୁ ସେହି ବାଟରେ ଆଣୁଥିବାବେଳେ ଟ୍ରେନ ଆସିଯାଇଥିଲା । ଟ୍ରେନଟି ମିକ୍ସଚର ମେସିନକୁ ଧକ୍କା ଦେବା ଯୋଗୁଁ ମେସିନଟି ଟ୍ରାକର ଦକ୍ଷିଣ ପଟକୁ ବାହାରିଯାଇଥିଲା । ଫଳରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି । ଏକ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇଛନ୍ତି ଶହଶହ ଯାତ୍ରୀ । ଦୁର୍ଘଟଣା ପରେ ମିକ୍ସଚର ମେସିନ ଆଣୁଥିବା ୬ ଜଣ ଖସିପଳାଇଥିଲେ । ଖବର ପାଇ ରେଳ ବିଭାଗର ବରିଷ୍ଠ ଅଧିକାରୀ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.