ନୋଏଡା ୨୬/୦୬ : ଉତ୍ତର ପ୍ରଦେଶ ନୋଏଡାରେ ଏକ ସେକ୍ସ ରାକେଟର ପର୍ଦାଫାଶ ହୋଇଛି। ବ୍ୟୁଟି ପାର୍ଲର ଆଳରେ ଚାଲିଥିବା ଏକ ସେକ୍ସ ରାକେଟର ପର୍ଦାଫାଶ କରିଛି ନୋଏଡା ପୋଲିସ। ଘଟଣାସ୍ଥଳରୁ ୩ ଯୁବତୀଙ୍କୁ ଉଦ୍ଧାର କରଯାଇଛି। ଦେହ ବ୍ୟବସାୟରେ ବ୍ୟବହୃତ ମୋବାଇଲ ଫୋନ ଜବତ କରିଛି ପୋଲିସ। ପୋଲିସ ଗ୍ରାହକଙ୍କ ହିସାବ-କିତାବ ରେଜିଷ୍ଟର ଓ ଫୋନ ନମ୍ବର ଥିବା ଦୁଇଟି ଡାୟରୀ ମଧ୍ୟ ଜବତ କରିଛି।
ସୂଚନା ଅନୁଯାୟୀ, ନୋଏଡା ସେକ୍ଟର ୭୩ ରେ ଥିବା ବ୍ୟୁଟି ପାର୍ଲରରେ ଅନଲାଇନ ଦେହ ବ୍ୟବସାୟ ଚାଲିଥିବା ପୋଲିସକୁ ସୂଚନା ମିଳିଥିଲା। ସୂଚନା ପାଇ ନୋଏଡା ପୋଲିସ ଏକ ଟିମ ଗଠନ କରି ସେକ୍ଟର ୭୩ ରେ ଚଢ଼ଉ କରି ସେକ୍ସ ରାକେଟର ପର୍ଦାଫାଶ କରିଛି। ଚଢ଼ଉ ବେଳେ ପୋଲିସ ୩ ପୀଡିତା ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଛି। ଏମାନଙ୍କୁ ଜୋର ଜବରଦସ୍ତ ଦେହ ବ୍ୟବସାୟରେ ଲଗାଯାଇଥିଲା। ବ୍ୟୁଟି ପାର୍ଲର ସଂଚାଳିକା ମଉକାରୁ ଫେରାର ହୋଇଯାଇଛନ୍ତି। ମହିଳାଙ୍କୁ ଗିରଫ କରିବାକୁ ପ୍ରୟାସ କରୁଛି ପୋଲିସ ଟିମ।
ପୀଡିତା ଯୁବତୀମାନେ କହିଛନ୍ତି ଯେ ନ୍ୟୁ ଲୁକ ବ୍ୟୁଟି ପାର୍ଲର ମାଲିକାଣି ଥାନା ସେକ୍ଟର ୪୯ ବାସିନ୍ଦା ପାୟଲ ଚୌହାନ ପାର୍ଲର ସହ ସ୍ପା ମଧ୍ୟ ଚଲାଉଥିଲେ। ଲକଡାଉନ ଯୋଗୁଁ ସ୍ପା ସେଣ୍ଟର ବନ୍ଦ ଅଛି ଏବଂ ପାର୍ଲର କାମ ମଧ୍ୟ ବହୁତ କମ ଚାଲିଛି। ପୀଡିତା ଯୁବତୀମାନେ ପାର୍ଲରରେ କାମ କରୁଥିଲେ। ଏମାନଙ୍କ ଅଭାବର ଫାଇଦା ଉଠାଇ ତାଙ୍କୁ ବାଧ୍ୟ କରି ପାୟଲ ଚୌହାନ ଦେହ ବ୍ୟବସାୟରେ ଲଗାଇଥିଲା। ମୋବାଇଲ ଫୋନରେ ସେ ଗ୍ରାହକଙ୍କୁ ବୁକିଂ କରୁଥିଲା ଏବଂ ଯୁବତୀମାନଙ୍କୁ ଗ୍ରାହକଙ୍କ ପାଖକୁ ପଠାଉଥିଲା।
ଗ୍ରାହକ ଦେଉଥିବା ଟଙ୍କାରୁ ସେ ନିଜ କମିଶନ ମଧ୍ୟ ରଖୁଥିଲା। କାମ କରିବାକୁ ନ ଆସିଲେ ଫୋନରେ ସେ ଯୁବତୀମାନଙ୍କୁ ଧମକ ଦଉଥିଲା। ଆହୁରି ଅନେକ ଯୁବତୀଙ୍କୁ ଏହିଭଳି ଫସାଇ ଦେହ ବ୍ୟବସାୟରେ ଲଗାଯାଇଛି ବୋଲି ପିଡୀତାମାନେ କହିଛନ୍ତି। ଯୁବତୀଙ୍କ ସୁନ୍ଦରତା ହିସାବରେ ସେମାନଙ୍କ ଦାମ ଧାର୍ଯ୍ୟ ହୋଇଥାଏ ବୋଲି ସେମାନେ କହିଛନ୍ତି।