ବେଆଇନ ଚାଲାଣ ବେଳେ ବିସ୍ଫୋରକ ଭର୍ତ୍ତି ଟ୍ରକ ଜବତ; ଡ୍ରାଇଭର ଅଟକ

Published By : Prameya-News7 Bureau | December 03, 2022 IST

ବୌଦ୍ଧ ୦୩/୧୨: ବିପୁଳ ପରିମାଣର ବିସ୍ଫୋରକ ବୋଝେଇ ଟ୍ରକ ଜବତ। ଏହି ଅଭିଯୋଗରେ ସମ୍ପୃକ୍ତ ଟ୍ରକ ଡ୍ରାଇଭର ଗିରଫ । ଏପରି ଘଟଣା ବୌଦ୍ଧ ଜିଲ୍ଲା ସିଆଲିମୁଣ୍ଡା ଛକରେ ଦେଖିବାକୁ ମିଳିଛି। ବାଉଁଶୁଣି ପୋଲିସ ବିସ୍ଫୋରକ ଭର୍ତ୍ତି ଟ୍ରକ୍‌କୁ ଜବତ କରିଛି। ଗିରଫ ଡ୍ରାଇଭରର ପରିଚୟ ରାଜେଶ ପ୍ରଧାନ ହୋଇଥିବା ବେଳେ ତାକୁ ପୋଲିସ ଏବେ ଅଟକ ରଖି ଏନେଇ ଅଧିକ ପଚରାଉଚୁରା ଜାରି ରଖିଛି।

ଖବର ଅନୁସାରେ, ରାମଚଣ୍ଡୀ କ୍ରସରକୁ ବିସ୍ଫୋରକ ଚାଲାଣ ବେଳେ ସିଆଲିମୁଣ୍ଡା ଛକରୁ ବେଆଇନ ଟ୍ରକ ପୋଲିସ ଜବତ କରିଛି। ଏହି ଅଭିଯୋଗରେ  ପୋଲିସ କ୍ରସର ମାଲିକଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ବାଉଁସୁଣି ଥାନା ଅନ୍ତର୍ଗତ ଗୋଛପଡ଼ାରେ ଥିବା କ୍ରସରକୁ ଏକ ବିସ୍ଫୋରକ ବୋଝେଇ ଟ୍ରକ ଯିବାବେଳେ ଗ୍ରାମବାସୀ ଟ୍ରକଟିକୁ ଅଟକାଇ ବାଉଁସୁଣି ପୋଲିସକୁ ଜଣାଇଇଥିଲେ।

{"id":716782,"width":572,"height":321,"sizeSlug":"full","linkDestination":"none"}

ଘଟଣାସ୍ଥଳରେ ବାଉଁସୁଣି ପୋଲିସ୍ ପହଞ୍ଚି ଟ୍ରକଟିକୁ ଜବତ କରିବା ସହ ଗାଡ଼ି ଡ୍ରାଇଭର ରାଜେଶ୍ ପ୍ରଧାନକୁ ଥାନାରେ ଅଟକ ରଖିଛି। ତେବେ ଟ୍ରକରେ କେତେ ବିସ୍ଫୋରକ ଅଛି ସେ ନେଇ ପୋଲିସ୍  ସ୍ପଷ୍ଟ କରିନି। ଏହି ମାମଲାରେ କ୍ରସର ମାଲିକ ଶ୍ରୀନିବାସ ମିଶ୍ରଙ୍କ ନାଁରେ ପୋଲିସ୍ ମାମଲ ରୁଜୁ କରିଛି। ସେପଟେ କ୍ରସର ମାଲିକ ଫେରାର ଥିବା ବେଳେ ଏବେଯାଏଁ ତାଙ୍କୁ ପୋଲିସ ଗିରଫ କରି ପାରିନାହିଁ। ଅନ୍ୟପଟେ ପୋଲିସ କ୍ରସର ମାଲିକଙ୍କ ଭାଇ ଏବଂ ତାଙ୍କର ଜଣେ ସହିଯୋଗୀଙ୍କୁ ଆଣି ପଚରାଉଚରା କରି ଛାଡ଼ି ଦେଇଛି। ତେବେ ଏ ବିଷୟରେ ପୋଲିସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.