ବିସ୍ଫୋରକ ବୋଝେଇ କଣ୍ଟେନର ଜବତ, ଦୁଇ ଅଟକ
2/03/2020 at 10:10 AM

କୋରାପୁଟ ୨/୩: କୋରାପୁଟର ଜୟପୁରରେ ବିସ୍ଫୋରକ ବୋଝେଇ କଣ୍ଟେନର ଜବତ, ଦୁଇ ଅଟକ । ବିସ୍ଫୋରକ ବୋଝେଇ କଣ୍ଟେନର ହାଇଦ୍ରାବାଦରୁ ମାଲକାନଗିରି ଆସୁଥିବା ବେଳେ ଏହାକୁ ଜବତ କରିଛି ଜୟପୁର ଟାଉନାଥାନା ପୋଲିସ । ବିପୁଳ ପରିମାଣର ବିସ୍ଫୋରକ ଆଣୁଥିବା ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସ ପଚରା ଉଚୁରା କରୁଛି ।

ଅନୁମତି ଠାରୁ ଅଧିକ ପରିମାଣର ବିସ୍ଫୋରକ ଅଣାଯାଉଥିବା ଅଭିଯୋଗ ହୋଇଛି । ମାଓ ପ୍ରଭାବିତ ମାଲକାନଗିରି ଜିଲ୍ଲାକୁ ଏତେ ପରିମାଣର ବିସ୍ଫୋରକ ଆସୁଥିବାରୁ ଏହା ସନ୍ଦେହ ଘେରକୁ ଆସିଛି ।
Related Posts
ପୂର୍ବ ଶତୃତାରୁ ମରଣାନ୍ତରକ ଆକ୍ରମଣ; ଅଭିଯୁକ୍ତ ଗିରଫ
4 February 2023
ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4 February 2023