Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

କାବୁଲ ବିମାନବନ୍ଦର ବାହାରେ ବିସ୍ଫୋରଣ:୧୩ ଜଣଙ୍କ ମୃତ୍ୟୁ, ଆଇଏସଆଇଏସ ଉପରେ ଆତ୍ମଘାତୀ ଆକ୍ରମଣର ସନ୍ଦେହ

26/08/2021 at 7:45 PM

କାବୁଲ ୨୬/୦୮ : ଆଫଗାନିସ୍ତାନରେ ତାଲିବାନ କବଜା କରିବା ପରେ ଆଫଗାନିସ୍ତାନ ସ୍ଥିତି ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି। ଇତି ମଧ୍ୟରେ ରାଜଧାନୀ କାବୁଲ ବିମାନବନ୍ଦର ବାହାରେ ବିସ୍ଫୋରଣ ହୋଇଥିବା ଖବର ଆସିଛି। ବିମାନବନ୍ଦର ବାହାରେ ବିସ୍ଫୋରଣ ଖବରକୁ ପେଣ୍ଟାଗନ ସ୍ପଷ୍ଟ କରିଛି। ବିସ୍ଫୋରଣରେ ଅନେକ ଲୋକ ଆହତ ହୋଇଥିବା ଆଶଙ୍କା କରାଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହମଲା କାବୁଲ ସ୍ଥିତ ବ୍ୟାରନ ହୋଟେଲ ନିକଟରେ ହୋଇଛି ଯେଉଁଠି ବ୍ରିଟେନ ସେନା ଓ ସାମ୍ବାଦିକ ଥିଲେ। ବିସ୍ଫୋରଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଥବା ଜଣାପଡିଛି। ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ସାମିଲ।

ଏହା ପୂର୍ବରୁ ଇଟାଲୀର ଏକ ସେନା ବିମାନ କାବୁଲ ବିମାନବନ୍ଦରରୁ ଉଡାଣ ଭରିବା ପରେ ତା ଉପରେ ଫାୟାରିଙ୍ଗ କରାଯାଇଥିଲା। ତେବେ ଏଥିରେ ବିମାନର କେହି ବି ଆହତ ହୋଇନଥିଲେ।

କିଛି ଘଣ୍ଟା ପରେ ଆମେରିକା ଦୂତାବାସ କାବୁଲ ଏୟାରପୋର୍ଟରେ ଆତଙ୍କୀ ହମଲାକୁ ନେଇ ଆଦେଶ ଦେଇଥିଲା। ସେ କହିଥିଲେ ତୁରନ୍ତ କାବୁଲ ଏୟାରପୋର୍ଟ ଛାଡି ଚାଲି ଯାଆନ୍ତୁ। କାବୁଲ ଏୟାରପୋର୍ଟର ପୂର୍ବ-ଉତ୍ତର ଗେଟରୁ ଆମେରିକା ନାଗରିକ ଶୀଘ୍ର ହଟିଯାଆନ୍ତୁ। ଆଗାମୀ ଆଦେଶ ଯାଏଁ ସୁରକ୍ଷିତ ସ୍ଥାନରେ ରୁହନ୍ତି ଆମେରିକୀୟ ନାଗରିକ ଦୂତରବଶ। ଏପଟେ ବ୍ରିଟେନ, ଆମେରିକା ଓ ଅଷ୍ଟ୍ରେଲିଆ ଆଫଗାନିସ୍ତାନ ଛାଡିବାକୁ କାବୁଲ ଏୟାରପୋର୍ଟରେ ଜମା ଲକ୍ଷ ଲକ୍ଷ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ କହିଥିଲା।

   Related Posts