ଜାନୁଆରୀ ୨୬ ପୂର୍ବରୁ ଜାମ୍ମୁରେ ବିସ୍ଫୋରଣ, ୨୪ ଘଣ୍ଟାରେ ୩ ସ୍ଥାନରେ ବ୍ଲାଷ୍ଟ, ୮ଜଣ ଆହତ

Published By : Prameya-News7 Bureau | January 22, 2023 IST

ନୂଆଦିଲ୍ଲୀ: ଜାମ୍ମୁରେ ୨୪ଘଣ୍ଟାରେ ତୃତୀୟ ବିସ୍ଫୋରଣ । ବିଳମ୍ବିତ ରାତିରେ ବଜାଲତା ଗାଁରେ ଏକ ଟମ୍ପରରେ ବ୍ଲାଷ୍ଟ ହୋଇଛି । ଏହି ବିସ୍ଫୋରଣ ଜଣେ ପୋଲିସ୍ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହା ପୂର୍ବରୁ ନରବାଲର ଟ୍ରନ୍ସପୋର୍ଟ ନଗରରେ ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ୭ଜଣ ଲୋକ ଆହତ ହୋଇଛନ୍ତି । ଭାରତ ଯୋଡୋ ଯାତ୍ରା ଓ ଆଗକୁ ଜାନୁଆରୀ ୨୬ ରହିଥିବାରୁ ୨୪ ଘଣ୍ଟା ମଧ୍ୟରେ ୩ଟି ସ୍ଥାନରେ ବିସ୍ଫୋରଣ ହୋଇଛି ।

ଜାମ୍ମୁ-କାଶ୍ମୀର ପୋଲିସର ରିପୋର୍ଟ ଅନୁଯାୟୀ, ସିଧରାର ବଜାଲତା ବୁଲାଣିରେ  ୟୁରିଆ ସାର ଟ୍ରକରେ ବିସ୍ଫୋରଣ ହୋଇଛି । ସୁରିନ୍ଦର ସିଂହ ନାମ ଜଣେ କନଷ୍ଟବଲ ଡ୍ୟୁଟି ଥିବାବେଳେ ୟୁରିଆ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲେ । ଏହି ସମୟରେ ଟ୍ରକରୁ ବିସ୍ଫୋରଣ ହୋଇଥିଲା । ଶନିବାର ବିଳମ୍ବିତ ରାତିରେ ବ୍ଲାଷ୍ଟ ହୋଇଥିବାବେଳେ ଏଥିରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି, ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବିସ୍ଫୋରଣ ପରେ ସ୍ଥାନୀୟ ପୋଲିସ ଯାଞ୍ଚ କରିଥିଲା । ହେଲେ ଏହା ଦୁର୍ଘଟଣା ଯୋଗୁ ନାହିଁ ବୋଲି ସ୍ପଷ୍ଟ ହୋଇଛି । ସେହିପରି ଜାମ୍ମୁର ନରବାଲରେ ଶନିବାର ୩୦ମିନିଟ୍ ମଧ୍ଯରେ ଦୁଇଟି ବଡ଼ ବିସ୍ଫୋରଣ ହୋଇଥିଲା । ଏଥିରେ ୭ଜଣ ଆହତ ହୋଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.