ବେଆଇନ ବାଣ କାରଖାନାରେ ଭୟାବହ ବିସ୍ଫୋରଣ: ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ, ଅନେକ ଆହତ

Published By : Prameya-News7 Bureau | October 01, 2021 IST

ଶାମଲି ୦୧/୧୦ : ଉତ୍ତର ପ୍ରଦେଶ ଶାମଲି ଜିଲ୍ଲାରରେ ଥିବା ଏକ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଅନେକ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଏଥିସହିତ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଘଟଣା କାଇରାନା ଥାନାଅନ୍ତର୍ଗତ ଜଗନପୁର ରୋଡର ବୋଲି ଜଣାପଡିଛି। ଏଠାରେ ଏକ ବେଆଇନ ବାଣ କାରଖାନା ଚାଲିଥିଲା। ଶୁକ୍ରବାର ସନ୍ଧ୍ୟାରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା, ଯେଉଁଥିପାଇଁ ବାଣ କାରଖାନା ତାସ ଘର ଭଳି  ଛିନ୍ନଭିନ୍ନ ହୋଇଯାଇଥିଲା ଏବଂ କାରଖାନାରେ କାର୍ଯ୍ୟରତ ୧୦ ରୁ ୧୫ ଜଣ ତଳେ ଚାପି ହୋଇଯାଇଥିଲେ।

ବିସ୍ଫୋରଣର ଶବ୍ଦ ଶୁଣି ଆଖପାଖ ଲୋକେ ଘଟଣାସ୍ଥଳରେ ପହଞ୍ଚି ଧ୍ୱଂସାବଶେଷ ତଳେ ପୋତି ହୋଇଯାଇଥିବା ଲୋକଙ୍କୁ ବାହାର କରିଥିଲେ।  ଦୁର୍ଘଟଣା ସମ୍ପର୍କରେ ପୋଲିସ ଓ ପ୍ରଶାସନକୁ ସୂଚନା ଦିଆଯାଇଥିଲା। ଏସଡିଏମ ଓ କାଇରାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଏବଂ ବେସରକାରୀ ଗାଡି ଯୋଗେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ମେରଠ ରେଫର୍ କରାଯାଇଛି। ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ବିସ୍ଫୋରଣରେ କାରଖାନା ଛିନଛତ୍ର ହୋଇଯାଇଥିଲା ଓ ୪ ଜଣଙ୍କ ଶରୀରର ମଧ୍ୟ ଖିନଭିନ ହୋଇଯାଇଥିଲା।

{"id":520743,"sizeSlug":"full","linkDestination":"none"}

ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ପ୍ରଶାସନ ନିରନ୍ତର ଉଦ୍ଧାର କାର୍ଯ୍ୟ କରୁଛି। ଆହୁରି ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। କାରଖାନାକୁ ରସିଦ ନାମକ ଜଣେ ଯୁବକ ପରିଚାଳନା କରୁଥିଲେ। ବର୍ତ୍ତମାନ ପ୍ରଶାସନ ପ୍ରତ୍ୟେକ ଦିଗରୁ ଅନୁସନ୍ଧାନ କରୁଛି ଏବଂ ଏହି ବିସ୍ଫୋରଣର କାରଣ ଜାଣିବା ପାଇଁ ଚେଷ୍ଟା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.