ତାମିଲନାଡୁରେ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୫ ମହିଳାଙ୍କ ସମେତ ୮ ଜଣକ ମୃତ୍ୟୁ

Published By : Prameya-News7 Bureau | May 09, 2024 IST

ନୂଆଦିଲ୍ଲୀ: ତାମିଲନାଡୁ ବିଋଧୁନଗର ଜିଲ୍ଲାରେ ଗୁରୁବାର ଦ୍ବିପ୍ରହରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଶିବକାଶୀରେ ଏକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏଥିରେ ଘଟଣାସ୍ଥଳରେ ପାଞ୍ଚ ମହିଳାଙ୍କ ସମେତ ଆଠ ଜଣକ ମୃତ୍ୟୁ ହୋଇଛି। 

ଘଟଣାରେ ଏକାଧିକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏବେ ଫ୍ୟାକ୍ଟ୍ରିରେ ଲାଗିଥିବା ନିଆଁ ଲିଭା ଚାଲିଛି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ସୂଚନା ଅନୁଯାୟୀ, ଗୁରୁବାର ବଋଧୁନଗର ଜିଲ୍ଲାର ଶିବକାଶୀର ଏହି ବାଣ ଫ୍ୟାକ୍ଟ୍ରିରେ ବାଣ ନିର୍ମାଣ ଚାଲିଥିଲା। ଶ୍ରମିକମାନେ କାମ କରୁଥିଲେ। ହେଲେ ହଠାତ୍‌ ଫ୍ୟାକ୍ଟ୍ରିରେ ରଖାଯାଇଥିବା ବାଣରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ହେବା ମାତ୍ରେ ସେଠାରେ ଲୋକଙ୍କ ଚିତ୍କାର ଶୁଭିଥିଲା।ସଙ୍ଗେ ସଙ୍ଗେ ଫ୍ୟାକ୍ଟ୍ରି ବାହାରେ ଥିବା ଲୋକେ ଘଟଣାର ସୂଚନା ପୋଲିସକୁ ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦମକଳ ବାହିନୀକୁ ଖବର କରିଥିଲା।ଏପର୍ଯ୍ୟନ୍ତ ଆଠ ଶବ ଉଦ୍ଧାର କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.