ବେଙ୍ଗାଲୁରୁ ୨୩/୦୯ : ବେଙ୍ଗାଲୁରୁର ରୟାନ୍ ସର୍କଲ ଅଞ୍ଚଳରେ ଏକ ଗୋଦାମ ଗୃହରେ ଭୟଙ୍କର ବିସ୍ଫୋରଣ ହୋଇଛି । ଫଳରେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ୨ ଜଣଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ ହଠାତ୍ ବିସ୍ଫୋରଣ ହେବା ଫଳରେ ଭିତରେ ଥିବା ଲୋକମାନେ ବାହାରକୁ ଆସିବା ସମ୍ଭବପର ହୋଇନଥିଲା । କିଛି ଲୋକ ବାହାରିଆସିବାକୁ ସଫଳ ହୋଇଥିବା ବେଳେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଘଟଣାସ୍ଥଳରେ ୨ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାରେ ସଫଳ ହୋଇଥିବା ସୂଚନା ମିଳିଛି ।
{"width":815,"height":459}ବିସ୍ଫୋରଣର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଡିସିପି ହରିଶ୍ ପାଣ୍ଡେ କହିଛନ୍ତି, ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି । ଟ୍ରାନ୍ସପୋର୍ଟ ପକ୍ଷରୁ କିଛି ବିସ୍ଫୋରକ ସାମଗ୍ରୀ ଚାଲାଣ ହେଇଥିବା ବେଳେ ତାହା ବିସ୍ଫୋରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । କିନ୍ତୁ ପ୍ରକୃତରେ କେଉଁ କାରଣରୁ ବିସ୍ଫୋରଣ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ତଦନ୍ତ ପରିଷରଭୁକ୍ତ ଅଛି ।