suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

ଆଫଗାନିସ୍ତାନର ମଦରସାରେ ବିସ୍ଫୋରଣ, ୧୫ରୁ ଅଧିକ ମୃତ, ୨୭ରୁ ଅଧିକ ଆହତ

30/11/2022 at 6:41 PM

ନୂଆଦିଲ୍ଲୀ, ୩୦।୧୧: ପୁଣିଥରେ ବିଷ୍ପୋରଣରେ ଥରିଲା ଆଫଗାନିସ୍ତାନ । ବୁଧବାର ଉତ୍ତର ଆଫଗାନିସ୍ତାନର ଏକ ମଦରସାରେ ବୋମା ବିଷ୍ପୋରଣ ହୋଇଛି । ଯଉଁଥିରେ ପାଖାପାଖି ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ରୁ ଅଧିକ ଆହତ ହୋଇଛନ୍ତି । ମୃତକ ଏବଂ ଆହତଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ମଦରସାରେ ନମାଜ ପରେ ଏହି ବିଷ୍ପୋରଣ ହୋଇଛି ।

ଏହି ଘଟଣାକୁ ନେଇ ତାଲିବାନ୍‌ ବୟାନ୍‌ ଜାରି କରିଛି । ୧୦ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଅଧିକାରୀ ସ୍ପଷ୍ଟ କରିଛନ୍ତି । ତାଲିବାନ୍‌ ଗୃହମନ୍ତ୍ରାଳୟର ମୁଖପାତ୍ର ଅବ୍‌ଦୁଲ୍‌ ନଫି ତାକୋର ଏନେଇ କହିଛନ୍ତି ଯେ ଉତ୍ତର ସମଂଗାନ ପ୍ରାନ୍ତର ରାଜଧାନୀ ଏବକ୍‌ରେ ଘଟିଥିବା ଏହି ବିଷ୍ପୋରଣରେ କେତେକ ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ କେହି ନିଜକୁ ଦାୟୀ କରି ନାହାନ୍ତି ।

ତେବେ ଚଳିତ ମାସରେ ଆଫଗାନିସ୍ତାନର ରାଜଧାନୀ କାବୁଲ୍‌ର ଏକ ମସ୍‌ଜିଦ୍‌ ନିକଟରେ ବିଷ୍ପୋରଣ ହୋଇଥିଲା । ଯେଉଁଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଥିଲେ । ରିପୋର୍ଟ ମୁତାବିକ ବିଷ୍ପୋରଣ ମସ୍‌ଜିଦ୍‌ ନକଟରେ ଥିବା ଗାଡ଼ିରେ ଘଟିଥିଲା । ଆତଙ୍କୀ ସଂଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌ ଏଥିପାଇଁ ନିଜକୁ ଦାୟୀ କରିଥିଲା ।

   Related Posts