ଏଣିକି ଖୋଲା ମିଠାରେ ଲେଖିବାକୁ ପଡ଼ିବ ଏକ୍ସପାଏରୀ ଡେଟ୍ : ନହେଲେ ହେବ ଆକ୍ସନ୍

Published By : Prameya-News7 Bureau | February 26, 2020 IST

ନୂଆଦିଲ୍ଲୀ ୨୬/୨: ମିଠା ଦୋକାନରେ କଣ୍ଟେନର କିମ୍ବା ଟ୍ରେ ରେ ରଖାଯାଇଥିବା ମିଠା ପାଇଁ ମଧ୍ୟ ଏବେ ଦୋକାନୀଙ୍କୁ ମ୍ୟାନୁଫ୍ୟାକ୍ଚରିଙ୍ଗ୍ ଏବଂ ଏକ୍ସପାଏରୀ ଡେଟ୍ ଲେଖିବାକୁ ପଡ଼ିବ। ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ଼ସ୍ ଅଥୋରିଟି ଏବର୍ଷ ଜୁନରୁ ସ୍ଥାନୀୟ ମିଠାଦୋକାନୀଙ୍କ ପାଇଁ ଏହି ନିୟମ ଅନିବାର୍ଯ୍ୟ କରି ଦେଇଛି। କେତେକ ସହରରେ ମିଠା ବିକ୍ରେତାମାନେ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେମାନେ କହିଛନ୍ତି ଯେ ସକାଳେ ହେଉଥିବା ଏବଂ ଦ୍ବିପ୍ରହର ଏବଂ ସନ୍ଧ୍ୟାରେ ବିକ୍ରି ହୋଇଯାଉଥିବା ମିଠା ଯେପରିକି ଜିଲାପି ଏବଂ ଲଡ଼ୁରେ ମ୍ୟାନୁଫ୍ୟାକ୍ଚରିଙ୍ଗ୍ ଏବଂ ଏକ୍ସପାଏରୀ ଡେଟ୍ ଲେଖିବା କିପରି ସମ୍ଭବ ହେବ। ବର୍ତ୍ତମାନ ମ୍ୟାନୁଫ୍ୟାକ୍ଚରିଙ୍ଗ୍ ଏବଂ ଏକ୍ସପାଏରୀ ଡେଟ୍ ଲେଖିବାର ବାଧ୍ୟତା କେବଳ ପ୍ୟାକେଟବନ୍ଦ ମିଠା ପାଇଁ ରହିଛି।

{"id":229535,"width":583,"height":437,"sizeSlug":"large"}

ଏଫଏସଏସଏଆଇକୁ ସ୍ଥାନୀୟ ମିଠା ଦୋକାନୀଙ୍କ ଦ୍ବାରା ଖରାପ ମିଠା ବିକ୍ରି କରୁଥିବା ଭଳି ଅଭିଯୋଗ ମିଳିଥିଲା। ଏପରି ମିଠା ଯୋଗୁଁ ସ୍ବାସ୍ଥ୍ୟ ସମ୍ଭାବିତ ନକରାତ୍ମକ ପ୍ରଭାବକୁ ଧ୍ୟାନରେ ରଖି ଅଥୋରିଟି ଏବିଷୟରେ ଗାଇଡଲାଇନ୍ ଜାରି କରିଛି। ନିଜ ଗାଇଡଲାଇନରେ ଏଫଏସଏସଏଆଇ କହିଛି,‘ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାକୁ ଏବଂ ସାଧାରଣ ଜନତାଙ୍କ ହିତ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ଯେ ଖୋଲା ଏବଂ ପ୍ୟାକେଟଖୋଲା ମିଠା ଗୁଡ଼ିକର ଟ୍ରେ କିମ୍ବା କଣ୍ଟେନରରେ ମ୍ୟାନୁଫ୍ୟାକ୍ଚରିଙ୍ଗ୍ ଏବଂ ଏକ୍ସପାଏରୀ ଡେଟ୍ ଲେଖିବା ଅନିବାର୍ଯ୍ୟ ହେବ’। ଏହି ନିଷ୍ପତ୍ତି ଏବର୍ଷ ଜୁନରୁ ଚାଲୁ ହେବ।

{"id":229534,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.