ଆନନ୍ଦପୁର ୫।୧୨: କେନ୍ଦୁଝର ଜିଲ୍ଲା ଘସିପୁରା ଝାଡେଶ୍ବର ମନ୍ଦିର ନିକଟ ଏକ ଗ୍ରସୋରୀ ଦୋକାନରେ ଏକ୍ସପାୟରୀ କୋଲ୍ଡ ଡ୍ରିଙ୍କ୍ସ ବିକ୍ରି ହେଉଥିବା ଖବରପାଇ ଘସିପୁରା ପୋଲିସ ଚଢାଉ କରିଥିଲା । ଚଢାଉ ସମୟରେ ସଂପୃକ୍ତ ଦୋକାନରୁ ମିନିଟ୍ ମେଡ୍ କମ୍ପାନୀର ଅନେକ ଗୁଡିଏ ଏକ୍ସପାୟରୀ କୋଲ୍ଡ ଡ୍ରିଙ୍କ୍ସ ଜବତ କରି ସେଗୁଡିକୁ ପୋଲିସ ପୋଡି ନଷ୍ଟ କରିଥିଲା ।
ପରେ ପୋଲିସ ସଂପୃକ୍ତ ଦୋକାନୀକୁ ପଚରାଉଚରା କରିବାରୁ ଏକ୍ସପାୟରୀ ପରେ ଡିଷ୍ଟ୍ରିବ୍ୟୁଟର କୋଲ୍ଡ ଡ୍ରିଙ୍କ୍ସଗୁଡିକୁ ଫିଙ୍ଗିଥିବା ସ୍ଥାନରୁ ଗୋଟାଇ ଆଣି ଦୋକାନରେ ରଖିଥିବା ସ୍ବୀକାର କରିଥିଲା । ହେଲେ ସେଗୁଡିକୁ କାହାରିକୁ ବିକି ନଥିବା ଜାଣି ପୋଲିସ ଦୋକାନୀକୁ ତାଗିଦ କରି ଛାଡିଦେଇଛି ।