suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିଶାଳଖିଣ୍ଡା କେନାଲରେ ଗାଡି ଓଲଟି ୭ଜଣଙ୍କ ମୃତ୍ୟୁ : ଘଟଣାସ୍ଥଳରେ ଏକ୍ସପର୍ଟ ଟିମ୍‌ର ତଦନ୍ତ

1/04/2023 at 4:20 PM

Bridge in Sambalpur

ସମ୍ବଲପୁର ୧।୪: ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ବିଶାଳଖିଣ୍ଡା କେନାଲରେ ଗାଡି ଓଲଟି ୭ଜଣଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି l ଶନିବାର ଭୁବନେଶ୍ୱର ପରିବହନ ବିଭାଗ ଓ ପିଡ଼ବ୍ଲୁଡି ବିଭାଗର ଏକ୍ସପର୍ଟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି l ଏହାସହ ଏକ୍ସପର୍ଟ ଟିମ୍ ଦୁର୍ଘଟଣା ବୋଲେରୋକୁ ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି । ବୋଲେରୋ ଗାଡିର ସମସ୍ତ ପାର୍ଟଗୁଡିକ ଚେକ କରିବା ସହ ଗାଡିର କାଗଜପତ୍ର ଯାଞ୍ଚ କରିଛନ୍ତି ଏହି ଟିମ l

ଗାଡ଼ିରେ ସେହି ସମୟରେ କେତେ ଜଣ ବସିଥିଲେ, ଗାଡି ଚାଳକ ଓ ଗାଡିର ଅପରପାର୍ଶ୍ୱରେ ବସିଥିବା ବ୍ୟକ୍ତି ସିଟ୍ ବେଲ୍ଟ ପିନ୍ଧିଥିଲେ କି ନାହିଁ, କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ଏହି ଟିମ୍ ତାର ତଦନ୍ତ କରିଛନ୍ତି l ତଦନ୍ତ ପରେ ଏହି ଟିମ୍ ରାଜ୍ୟ ସରକାରଙ୍କୁ ସମସ୍ତ ତଥ୍ୟ ଦେବେ ବୋଲି କହିଛନ୍ତି l

   Related Posts