ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଇଣ୍ଟରନ୍ୟାସନାଲ ଟେରରିଷ୍ଟ ଏକ୍ସପର୍ଟ…ପାକିସ୍ତାନକୁ ଟାର୍ଗେଟ କଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର

1/10/2022 at 10:54 PM

ନୂଆଦିଲ୍ଲୀ: ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଶନିବାର ପାକିସ୍ତାନ ଉପରେ କଟାକ୍ଷ କରି ପଡୋଶୀ ଦେଶକୁ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦର ବିଶେଷଜ୍ଞ ବୋଲି କହିଛନ୍ତି। ଜୟଶଙ୍କର ଏକ କାର୍ଯ୍ୟକ୍ରମରେ କହିଛନ୍ତି, ‘ଆମର ଏକ ପଡୋଶୀ ଦେଶ ଅଛି । ଯେପରି ଆମେ ଆଇଟି ବିଶେଷଜ୍ଞ, ସେମାନେ ସେପରି ଇଣ୍ଟରନ୍ୟାସନାଲ ଟେରରିଷ୍ଟର ବିଶେଷଜ୍ଞ’।

ଏହାସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ଏହାର କିପରି ମୁକାବିଲା କରାଯିବ ତାହା ଉପରେ ଦୀର୍ଘ ଦିନରୁ ଆଲୋଚନା ଚାଲିଛି । ଆମେ ବୁଝିବା ଦରକାର ଯେ, ଆତଙ୍କବାଦକୁ ରାଜନୀତି ସହ ଯୋଡା ଯାଇପାରିବ ନାହିଁ। ଆତଙ୍କବାଦ, କେବଳ ଆତଙ୍କବାଦ। ଆଜି ଏହାକୁ ଆମ ବିରୁଦ୍ଧରେ ବ୍ୟବହାର କରାଯାଉଛି, କାଲି ଏହାକୁ ଆପଣଙ୍କ ବିରୋଧରେ ବ୍ୟବହାର କରାଯିବ’।

ବର୍ତ୍ତମାନ ସମୟକେ ଦୁନିଆ ଅଧିକ ଜାଗ୍ରତ ଥିବା କେନ୍ଦ୍ରମନ୍ତ୍ରୀ ଜୋର ଦେଇ କହିଛନ୍ତି । ପ୍ରଥମେ ଅନ୍ୟ ଦେଶ ଭାବୁଥିଲେ ଯେ, ଅନ୍ୟ ଦେଶର ଅସୁବିଧାରେ ଆମେ କାହିଁକି ଚିନ୍ତିତ ହେବା। ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି ବୋଲି କୁହାଯାଇ ପାରିବ ନାହିଁ। କିନ୍ତୁ ଦୁନିଆ ଏବେ ଆତଙ୍କ ପ୍ରତି କମ ସହିଷ୍ଣୁ ହୋଇଛି।    

   Related Posts