ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ମହଙ୍ଗା ପଡ଼ିଲା ଏକ ତରଫା ପ୍ରେମ; ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ଗାଁ ଲୋକ

5/06/2022 at 9:16 PM

ନୀଳଗିରି ୦୫/୦୬ : ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ବଡ଼ପାଟପୁର ଗାଁରେ ଜଣେ ଯୁବକଙ୍କ  ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ସମ୍ପୃକ୍ତ ଯୁବକ ଜଣେ ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିବା କହି ଆଜି ଯୁବତୀଙ୍କ ନିର୍ବନ୍ଧରେ ବରପକ୍ଷଙ୍କୁ ଖଣ୍ଡା ଧରି ଧମକାଇବା ମହଙ୍ଗା  ପଡ଼ିଛା। ବରପକ୍ଷ ଭୟଭୀତ ହୋଇ ନିର୍ବନ୍ଧ ନକରି ଫେରିଯିବା ପରେ ଗାଁ ଲୋକେ ଏକଜୁଟ ହୋଇ ସମ୍ପୃକ୍ତ ଅସାମାଜିକ ଯୁବକ ଓ ତାଙ୍କ ସହଯୋଗୀଙ୍କୁ ଗଛରେ ବାନ୍ଧି ନିର୍ଧୁମ ଛେଚିଛନ୍ତି।

ପରେ ତାଙ୍କୁ ପୋଲିସର ଜିମା ଦେଇଛନ୍ତି। ଏବେ ନୀଳଗିରିରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଷୁଡ଼ି ପଡ଼ିଥିବା ଯୋଗୁଁ ଅପରାଧିକ ଘଟଣା ଓ ଅପରାଧୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେଥିପାଇଁ ନୀଳଗିରି ବାସୀ  ବର୍ତ୍ତମାନ ଅସୁରକ୍ଷିତ ହୋଇ ପଡିଛନ୍ତି। ଏଭଳି ଘଟଣାକୁ ସେଠାରେ ନେଇ  ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

   Related Posts