ତେଲେଙ୍ଗାନା ଭୋଟ ଗ୍ରହଣ ସମାପ୍ତ ସହ ଆରମ୍ଭ ହୋଇଯିବ ‘ଏଗଜିଟ୍ ପୋଲ’,କିଛି ଘଣ୍ଟାର ଅପେକ୍ଷା, ଜଣାପଡିଯିବ ୫ ରାଜ୍ୟରେ କାହାର ହେବ ସରକାର

Published By : Prameya-News7 Bureau | November 30, 2023 IST

ନୂଆଦିଲ୍ଲୀ ୩୦।୧୧: ଦେଶରେ ୫ ରାଜ୍ୟଙ୍କ ବିଧାନସଭା ନିର୍ବାଚନରୁ ୪ ରାଜ୍ୟଙ୍କ ନିର୍ବାଚନ ଶେଷ ହୋଇଛି। ଗୁରୁବାର ତେଲେଙ୍ଗାନାରେ ମତଦାନ ଚାଲିଥିବା ବେଳେ ଆଉ କିଛି ଘଣ୍ଟା ପରେ ସମାପ୍ତ ହେବ। ଏଥିରେ ଏବେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ପୂର୍ବରୁ ସମସ୍ତଙ୍କ ଅପେକ୍ଷା ଏଗଜିଟ୍ ପୋଲକୁ। ଡିସେମ୍ବର ୩ ତାରିଖରେ ୫ ରାଜ୍ୟଙ୍କ ବିଧାନସଭା ନିର୍ବାଚନ ଫଳାଫଳ ଆସିଯିବ। ତେବେ ତା ପୂର୍ବରୁ ଗୁରୁବାର ତେଲେଙ୍ଗାନା ବିଧାନସଭା ନିର୍ବାଚନ ସରିବା ସହ ଏଗଜିଟ୍ ପୋଲ ଇସାରା କରିଦେବ ୫ ରାଜ୍ୟରେ  କାହାର ହେବ ସରକାର।

ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ଆୟୋଗ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମ ନିମନ୍ତେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବା ସହ ୩୦ ନଭେମ୍ବର ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଏଗଜିଟ୍ ପୋଲ ଉପରେ ରୋକ ଲଗାଇଛନ୍ତି। ଏଥିରେ ମଧ୍ୟପ୍ରଦେଶ, ଛତିଶଗଡ,ମିଜୋରାମ ଓ ରାଜସ୍ଥାନ ନିମନ୍ତେ ଭୋଟଗ୍ରହଣ ଶେଷ ହୋଇଛି ଓ ଏବେ ତେଲେଙ୍ଗାନାରେ ଗୁରୁବାର ନିର୍ବାଚନ ସରିବା ମାତ୍ରେ ଏଗଜିଟ୍ ପୋଲ ଆରମ୍ଭ ହୋଇଯିବ।

{"id":876701,"width":840,"height":630,"sizeSlug":"full","linkDestination":"none"}

ଗୁରୁବାର ଅଲଗା ଅଲଗା ଚ୍ୟାନେଲ ଓ ଏଜେନ୍ସୀଙ୍କ ଏଗଜିଟ୍ ପୋଲ ସର୍ଭେର ସୂଚନା ଆସିଯିବ। ଏଥିରେ ସେମାନେ ପୋଲ ଅଫ ପୋଲସ୍ ଅର୍ଥାତ ଏଗଜିଟ୍ ପୋଲ ସର୍ଭେର ହାରାହାରିର ମଧ୍ୟ ସୂଚନା ଦେବେ, ଯେଉଁଥିରୁ କେଉଁଠି କାହାର ସରକାର ହେଉଛି ତାହା ସହଜରେ ଜାଣି ହୋଇଯିବ। ନିର୍ବାଚନ କାଳରେ ଆସିଥିବା ସମସ୍ତ ଓପିନିୟନ ପୋଲରୁ ନିର୍ବାଚନ ପରବର୍ତ୍ତି ଏଗଜିଟ୍ ପୋଲରେ କେତେ ପରିବର୍ତ୍ତନ ହେଉଛି ତାହା ଜଣାପଡିବା ସହ କେଉଁ ରାଜ୍ୟରେ ସରକାର ବଦଳୁଛି ତାହା ମଧ୍ୟ ଜଣାପଡିଯିବ।

ଓପିନିୟନ ପୋଲର ଫଳାଫଳ ହୁଏତ ତଥ୍ୟ ଅନୁରୂପ ହୋଇ ନପାରେ, ହେଲେ ଏପର୍ଯ୍ୟନ୍ତ ଏଗଜିଟ୍ ପୋଲ ତଥ୍ୟ ଉପରେ ଭରସା କରାଗଲେ ଅଧିକାଂଶ ଏଗଜିଟ ପୋଲ ଫଳାଫଳ ସହ ମେଳ ହୋଇଛି। ୫ ରାଜ୍ୟର ବିଧାନସଭା ନିର୍ବାଚନରେ ଭୋଟିଂ ପୂର୍ବରୁ ସାମ୍ନାକୁ ଆସିଥିବା ଓପିନିୟନ ପୋଲ ସର୍ଭେକୁ ଦେଖିଲେ ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ତ ରାଜସ୍ଥାନରେ ବିଜେପିର ପଲା ଭାରି ଦେଖାଯାଉଥିଲା। ସେହିପରି ତେଲେଙ୍ଗାନାରେ କଂଗ୍ରେସ ଓ ବିଆରଏସ୍ ମଧ୍ୟରେ ମୁହାଁ ମୁହିଁ ଲଢେଇ ଦେଖାଯାଉଥିଲା। ଏଥିରେ ମିଜୋରାମରେ ତ୍ରିଶଙ୍କୁ ବିଧାନସଭାର ସୂଚନା ମିଳିଥିଲା। ହେଲେ ଏବେ ଏଗଜିଟ ପୋଲରୁ ଦେଖିବାର ଅଛି ୫ ରାଜ୍ୟରେ ଏଗଜିଟ୍ ପୋଲ ତଥ୍ୟ କହୁଛି କ’ଣ?

ତେଲଙ୍ଗାନାର ୧୧୯ଟି ବିଧାନସଭା ଆସନରେ ମତଦାନ, ୨,୨୯୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.