ଆମେ ୭୦ରୁ ଅଧିକ ଆସନ ସହିତ ପୁଣି ଶାସନକୁ ଫେରିବୁ: କେ.ଟି ରାମାରାଓ

Published By : Prameya-News7 Bureau | November 30, 2023 IST

ହାଇଦ୍ରାବାଦ ୩୦।୧୧: ଭାରତ ରାଷ୍ଚ୍ର ସମିତି (ବିଆରଏସ୍) କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ରାଜ୍ୟ ମନ୍ତ୍ରୀ କେ.ଟି. ରାମାରାଓ ଗୁରୁବାର ସନ୍ଧ୍ୟାରେ ପ୍ରସାରିତ  ବିଭିନ୍ନ ଏଗଜିଟ ପୋଲ ରିପୋର୍ଟକୁ ଅଗ୍ରାହ୍ୟ କରିଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ଦଳ  ତେଲେଙ୍ଗାନାରେ ୭୦ରୁ ଅଧିକ ଆସନ ହାସଲ କରି ପୁଣି ତୃତୀୟବାର ସରକାର କରିବ। ତେବେ ସନ୍ଧ୍ୟା ଏଗଜିଟ୍‌ ପୋଲ ରିପୋର୍ଟ ଆସି ଯାଇଛି। ଏଥିରେ ତେଲେଙ୍ଗାନାରେ କଂଗ୍ରେସକୁ ୫୮ରୁ ୬୭ଟି ଆସନ ମିଳିବ ବୋଲି ଅନୁମାନ କରାଯାଇଛି। ଅପରପଟେ ଶାସକ ବିଆରଏସ୍‌କୁ ରାଜ୍ୟରେ ୪୧ରୁ ୪୮ଟି ଆସନ ମିଳିବ ବୋଲି ଅନୁମାନ କରାଯାଇଛି।

ଏହି ଏଗଜିଟ୍‌ ପୋଲ ରିପୋର୍ଟରେ ତେଲେଙ୍ଗାନାରେ ବିଜେପିକୁ ମାତ୍ର ୫ରୁ ୧୦ଟି ସିଟ୍‌ ମିଳୁଥିବାର ଆକଳନ କରାଯାଇଛି। ତେବେ କେଟିଆର ଏଗଜିଟ୍‌ ପୋଲକୁ ଫାଲତୁ କଥା ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏଗଜିଟ୍‌ ପୋଲ ରିପୋର୍ଟ ତାଙ୍କ ଦଳ ବିରୋଧରେ ଯିବାର ଏହା ପ୍ରଥମ ଘଟଣା ନୁହେଁ। ଅତୀରେ ହୋଇଥିବା ନିର୍ବାଚନରେ ମଧ୍ୟ ତେଲେଙ୍ଗାନା ରାଜ୍ୟ ସମିତି(ଟିଆରଏସ) ନିର୍ବାଚନରେ ପରାଜିତ ହେଉଥିବାର ଆକଳନ କରିଥିଲା। ତେବେ ଏଥିରେ  ଟିଆରଏସ ପୁଣି ସରକାର ଗଢିଥିଲା।

କେଟିଆର ଗୁରୁବାର ସନ୍ଧ୍ୟାରେ ହାଇଦ୍ରାବାଦରେ ତାଙ୍କ ଦଳର ଫଳାଫଳ ନେଇ ଭବିଷ୍ୟତବାଣୀ କରିଛନ୍ତି। ଏଥିରେ ବିଆରଏସ୍ ଏଥର ୭୦ରୁ ଅଧିକ ଆସନରେ ଜିତି ପୁଣି ସରକାର କରିବ ବୋଲି କହିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ଲାଗୁନି ଏଗଜିଟ୍ ପୋଲ ଏତେ ବୈଜ୍ଞାନିକ ରିପୋର୍ଟ। ଏଗଜିଟ୍‌ ପୋଲ ସର୍ଭେକ୍ଷଣ ସେତେବେଳେ କରାଯାଏ ଯେତେବେଳେ ଭୋଟ ଗ୍ରହଣ ଚାଲିଥାଏ। ଏଣୁ ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଏଗଜିଟପୋଲ ଭବିଷ୍ୟବାଣୀ ଉପରେ ନିର୍ଭର ନ କରିବାକୁ କହିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନର ଅସଲ ଫଳାଫଳ ଆସିବା ଏବେ ବାକି ଅଛି ଯାହା ୩ ଡିସେମ୍ବରରେ ସ୍ପଷ୍ଟ ହେବ।

Telangana Exit Poll: ତେଲେଙ୍ଗାନାରେ କଂଗ୍ରେସ ଆଗୁଆ, ଏକଜିଟ୍‌ ପୋଲ୍‌ରେ କଡ଼ା ଟକ୍କର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.