Exit Poll: ତ୍ରିପୁରାରେ ପୁଣି ବିଜେପି ସରକାର, ଆସନ ସଂଖ୍ୟା ଟପିବ ୪୦

Published By : Prameya-News7 Bureau | February 27, 2023 IST

ନୂଆଦିଲ୍ଲୀ: ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପି ପୁଣି ଥରେ ବିପୁଳ ବିଜୟ ହାସଲ କରିପାରେ । ବୁଥ ବାହୁଡା ମତରେ ଏହିପରି ପୂର୍ବାନୁମାନ କରାଯାଇଛି । ସମସ୍ତ ଏକ୍ସଜିଟ୍ ପୋଲରେ ଏହି ସଂକେତ ମିଳିଛି । ଫେବ୍ରୁଆରୀ ୧୬ରେ ୬୦ ବିଧାନସଭା ଆସନରେ ନିର୍ବାଚନ ହୋଇଥିଲା । ଏଥର ନିର୍ବାଚନରେ କଂଗ୍ରେସ ଏବଂ ବାମ ଦଳ ମଧ୍ୟରେ ମେଣ୍ଟ ହୋଇଛି ।

ଆଜ ତକ୍- ଆକ୍ସିସ ମାଇ ଇଣ୍ଡିଆର ସର୍ଭେରେ ବିଜେପି ଏବଂ ଏହାର ସହଯୋଗୀ ଦଳକୁ ୪୫ ପ୍ରତିଶତ ଭୋଟ ମିଳିଛି । ବିଜେପି ୩୬-୪୫ ଆସନରେ ବିଜୟୀ ହୋଇ ସରକାର ଗଠନ କରିପାରେ । କଂଗ୍ରେସ ଏବଂ ବାମ ଦଳ ମେଣ୍ଟକୁ ୬ରୁ ୧୧ ଆସନ ମିଳିପାରେ । ସେହିପରି ତିପରା ମୋଥାକୁ ୯ରୁ ୧୬ ଆସନ ମିଳିବା ନେଇ ପୂର୍ବାନୁମାନ ହୋଇଛି ।

ସେହିପରି ଜି ନ୍ୟୁଜ୍ ମେଟ୍ରିଜ୍ ଏକ୍ସଜିଟ୍ ପୋଲରେ ବିଜେପି ୨୯-୩୬, କଂଗ୍ରେସ+ବାମ ୧୩-୨୧, ତିପରା ମୋଥା ୧୧-୧୬ ଏବଂ ଅନ୍ୟଙ୍କୁ ୦-୩ ଆସନ ମିଳିପାରେ ।

ତ୍ରିପୁରା ବିଧାନସଭାରେ ମୋଟ ୬୦ ଆସନ ରହିଛି । ଗତ ୨୦୧୮ ନିର୍ବାଚନରେ ୩୬ ଆସନରେ ବିଜେପି ବିଜୟୀ ହୋଇଥିଲା ଏବଂ ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଠନ କରିଥିଲା । ତତ୍କାଳୀନ ରାଜ୍ୟ ବିଜେପି ଅଧ୍ୟକ୍ଷ ବ୍ଲିପବ ଦେବ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.