ସୁକତେଲ ବ୍ରିଜ୍ ଭୁଶୁଡିବା ପରେ ଆକ୍ସନ ମୋଡ୍‌ରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ନିଲମ୍ବିତ ହେଲେ ନିର୍ବାହୀ ଯନ୍ତ୍ରୀ

Published By : Prameya-News7 Bureau | May 09, 2020 IST

ବଲାଙ୍ଗିର ୯।୫: ବଲାଙ୍ଗିର ପାଟଣାଗଡ ତମିଆ ଓ ମୁଦଲସର ଗାଁ ନିକଟ ସୁକତେଲ ନଦୀ ଉପରେ ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡିବା ପରେ ଆକ୍ସନ ମୋଡରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ । କାଟଣାଗଡ ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ନିର୍ବାହୀ ଯନ୍ତ୍ରୀ ଆନ୍ତୁନି କିଶାନକୁ ନିଲମ୍ବିତ କରିଛନ୍ତି ସରକାର ।

{"id":267145,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ମାସ ୨୯ ତାରିଖରେ ସୁକତେଲ ବ୍ରିଜର କିଛି ସ୍ଥାନରେ ଫାଟ ଥିବାବେଳେ ତାକୁ ଭାଙ୍ଗି ପୁର୍ନବାର ତିଆରି କରିବା କାମ ଆରମ୍ଭ କରାଯାଇଥିଲା । ଏନେଇ କାମ କରିବା ସମୟରେ ବ୍ରିଜ୍ ଭୁଶୁଡି ପଡିଥିଲା । ଫଳରେ ଦୁଇ ଶ୍ରମିକଙ୍କ ଜୀବନ ଯାଇଥିବା ବେଳେ ୩ ରୁ ଅଧିକ ଗୁରୁତର ହୋଇଥିଲେ।

{"id":267146,"sizeSlug":"large"}

ଏନେଇ ରାଜ୍ୟ ଗ୍ରାମ୍ୟ ନିର୍ମାଣ ବିଭାଗ ମୁଖ୍ୟ ଯନ୍ତ୍ରୀ ବଲାଙ୍ଗୀର ଗସ୍ତ କରିବା ସହ ବ୍ରିଜ୍ ଦେଖି ତଦନ୍ତ କରିଥିଲେ । ଯେଉଁ ସବୁ ଭୁଲ୍ ପାଇଁ ବ୍ରିଜ୍ ଭୁଷୁଡିଥିଲା ଓ କାହା କାହାର ସମ୍ପୃକ୍ତି ଏଥିରେ ରହିଛି ସେନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ତେବେ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗ ପାଟଣାଗଡ ନିର୍ବାହୀ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି । ସେପଟେ ଘଟଣାକୁ ନେଇ ଅଧିକ ତଦନ୍ତ ଚାଲିଥିବା ବେଳେ ଜେଇଠାରୁ ଠିକାଦାର ପର୍ଯ୍ୟନ୍ତ ସମସ୍ତଙ୍କର ଏ ବ୍ରିଜ୍ ଭୁଶୁଡିବାରେ ସମ୍ପୃକ୍ତି ଥିବା ନେଇ ତଦନ୍ତ କରୁଛି ବିଭାଗ ।

{"id":267147,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.