ତେଲ୍ ଜଳସେଚନ ପ୍ରକଳ୍ପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗିରଫ, ୪୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ

Published By : Prameya-News7 Bureau | October 08, 2024 IST

BREAKING NEWS

ଭୁବନେଶ୍ବର ୮।୧୦: ତେଲ୍‌ ଜଳସେଚନ ପ୍ରକଳ୍ପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗିରଫ । ସୁବର୍ଣ୍ଣପୁର ତେଲ୍ ଜଳସେଚନ ପ୍ରକଳ୍ପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ସୋମବାର ୪୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ ଜିତେନ୍ଦ୍ର । ଚଢାଉ ବେଳେ ନଗଦ ୪ ଲକ୍ଷ ୮ ହଜାର ଟଙ୍କା, ଗୋଟିଏ ତିନି ମହଲା ଘର, ଗୋଟିଏ ଫ୍ଲାଟ୍‌, ୨ ପ୍ଲଟ୍ ଏବଂ ୧୮ ଏକରର ଏକ ଫାର୍ମ ଜମି ଠାବ ଭିଜିଲାନ୍ସ କରିଥିଲା ।

ସୂଚନାଯୋଗ୍ୟ ଯେ, ବକେୟା ବିଲ୍‌ ପାଇଁ  ୪୬ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ  ଜାଲରେ ପଡ଼ିଥିଲେ ସୁବର୍ଣ୍ଣପୁର ତେଲ୍‌ ଜଳସେଚନ ବିଭାଜନର ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢ଼ୀ । ଆୟ   ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ସରକାରୀ  ବାସଭବନ, ପୁରୀ, ଭୁବନେଶ୍ୱର ଶୈଳଶ୍ରୀ ବିହାର ସ୍ଥିତ ବାସଭବନ  ସମେତ ମୋଟ୍‌ ୬ଟି ଠିକଣାରେ ଚଢ଼ଉ କରାଯାଇଥିଲା । ଶୈଳଶ୍ରୀ  ବିହାର ସ୍ଥିତ ବାସଭବନରେ ଯାଞ୍ଚ ବେଳେ ନଗଦ ୨.୯ ଲକ୍ଷ ଟଙ୍କା  ଜବତ କରାଯାଇଥିଲା । ବଡ଼ମ୍ବାରେ ୧୮ ଏକର ପରିମିତ ଅଞ୍ଚଳରେ ବିଶାଳକାୟ ଫାର୍ମ ହାଉସ୍‌ ଠାବ କରାଯାଇଛି । ତଦନ୍ତ ଶେଷ ହୋଇ  ନଥିବାରୁ ଯନ୍ତ୍ରୀଙ୍କ ମୋଟ୍‌ ସମ୍ପତ୍ତିର ପରିମାଣ ଜଣାପଡ଼ିନାହିଁ । 

ଭିଜିଲାନ୍ସର ସୂଚନା ଅନୁଯାୟୀ, ନିର୍ମାଣ କାମ ଶେଷ ପରେ ଠିକାଦାର ଦେବରଞ୍ଜନ ତ୍ରିପାଠୀଙ୍କ  ଲକ୍ଷାଧିକ ଟଙ୍କା ବକେୟା ବିଲ୍‌ ପଡ଼ିରହିଥିଲା । ଏହାକୁ ପାସ୍‌ କରିବା ଲାଗି ସେ ନିର୍ବାହୀ ଯନ୍ତ୍ରୀଙ୍କ ପାଖକୁ ଯାଇଥିଲେ । ହେଲେ  ଏଥିଲାଗି ନିର୍ବାହୀ ଯନ୍ତ୍ରୀ ୪୬ ହଜାର ଟଙ୍କା ଦାବି କରିଥିଲେ । ଏନେଇ ଠିକାଦାର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ମଧ୍ୟାହ୍ନରେ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଠିକାଦାରଙ୍କ ଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍‌ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ି ବସିଥିଲା । ଏନେଇ ସମ୍ବଲପୁର ଭିଜିଲାନ୍ସରେ ମାମଲା ରୁଜୁ ହୋଇଥିଲା । ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି ।

You Can Read:

ଭୁବନେଶ୍ଵର-ପୁରୀ ବାଇପାସ୍ ରାସ୍ତାରେ ସିଏନ୍‌ଜି ଗ୍ୟାସ୍ ଲିକ୍, ଖାଲି ହୋଇଗଲା ପୁରା ଟ୍ୟାଙ୍କର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.