suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ବିଭିନ୍ନ ଅଞ୍ଚଳରେ ଅବକାରୀ ସ୍କ୍ଵାର୍ଡର ଚଢାଉ, ବିପୁଳ ପରିମାଣର ମଦ ଜବତ, ୫ ଗିରଫ

27/11/2020 at 10:51 PM

ବାଲିଅନ୍ତା ୨୭।୧୧: ଭୁବନେଶ୍ଵର ଅବକାରୀ ସ୍କ୍ଵାର୍ଡ ପକ୍ଷରୁ ବାଲିଅନ୍ତାର ବିଭିନ୍ନ ଅଂଚଳରେ ଚଢାଉ କରାଯାଇଛି । ବିପୁଳ ପରିମାଣର ମଦ ଜବତ ସହ ବେଆଇନ୍ ଭାବେ ମଦ ବିକ୍ରି ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ଅବକାରୀ ସ୍କ୍ଵାର୍ଡ । 

ଶୁକ୍ରବାର ଦିନ ସକାଳୁ ବାଲିଅନ୍ତା ଥାନା ଭୁବନପୁର, ନହରକଣ୍ଟା, ବଇଁଚୁଆ , ଭିଙ୍ଗାରପୁର ଏବଂ ସରକଣା ଗ୍ରାମରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ଭୁବନପୁର ଗ୍ରାମରୁ ୩୦ ବୋତଲ, ନହରକଣ୍ଟା ଗ୍ରାମରୁ ୬ ଲିଟର ଦେଶୀ ମଦ, ବଇଁଚୁଆ ଗ୍ରାମରୁ ୨୫ ବୋତଲ ଦେଶୀ ମଦ, ଭିଙ୍ଗାରପୁର ଗ୍ରାମରୁ ୨୫ ବୋତଲ ଆସ୍କା ଫୋର୍ଟି, ସରକଣା ଗ୍ରାମରୁ ୧୦୫ ବୋତଲ ବିଦେଶୀ ମଦ ଜବତ କରିଛି ସ୍କାର୍ଡ । ଚୋରା ମଦ କାରବାରରେ ଭୁବନପୁରର ମନୋରଂଜନ ଦାସ, ନହରକଣ୍ଟା ଗ୍ରାମର ଅକ୍ଷୟ ଭୋଇ, ବଇଁଚୁଆ ଗ୍ରାମର ଚନ୍ଦନ ସାହୁ, ଭିଙ୍ଗାରପୁରର ରମା ନାୟକ, ସରକଣା ଗ୍ରାମର ସୁମନ୍ତ ନାୟକଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

   Related Posts