ଅବକାରୀ ଚଢ଼ଉ: ୨ ଅଭିଯୁକ୍ତ ଗିରଫ; ବିପୁଳ ପରିମାଣର ମଦ ଜବତ
17/12/2022 at 10:57 PM

ଟାଙ୍ଗୀ ୧୭/୧୨: ବିହାର ମଦ ମୃତ୍ୟୁ ଘଟଣା ପରେ ଓଡିଶା ଅବକାରୀ ବିଭାଗରେ ତତ୍ପରତା ଦେଖାଇଛି। ଗଳିକନ୍ଦିରୁ ଆରମ୍ଭ କରି ବଜାର-ଘାଟ ସବୁଠି ତୁହାକୁ-ତୁହା ଚଢ଼ଉ କରି ଧରପଗଡ଼ କରୁଛି। ଟାଙ୍ଗୀ ଅବକାରୀ ଥାନା ନିରୀକ୍ଷକ ଆଲୋକ କୁମାର ପ୍ରଧାନଙ୍କ ନିର୍ଦ୍ଦେଶରେ ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ବାଣପୁର ଥାନା ଅଧିନସ୍ଥ ଗମ୍ଭାରୀମୁଣ୍ଡା ବଜାରରେ ଧରପଗଡ଼ ହୋଇଛି।
ଏଥିରେ ୨ ଜଣ ମଦ ବ୍ୟବସାୟୀଙ୍କୁ ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ବିପୁଳ ପରିମାଣର ଦେଶୀ-ବିଦେଶୀ ମଦ ଜବତ ହୋଇଛି। ଗିରଫ ଅଭିଯୁକ୍ତଙ୍କ ପରିଚୟ ଶରତ ବାର୍ଲା ଓ ପାଗଲ ସାହୁ। ଏମାନେ ଦୁହେଁ ବହୁଦିନ ହେଲା ଲୁଚାଛପାରେ ଚୋରା ଓ ବେଆଇନ ମଦ ବେପାର କରୁଥିଲେ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।
Related Posts
ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ, ନବ ଦାସଙ୍କ ଦ୍ବାଦଶାହରେ ଯୋଗଦେବେ
9 February 2023