କେନ୍ଦ୍ରାପଡ଼ାରେ ଅବକାରୀ ବିଭାଗ ଚଢାଉ; ମଦ, ଗଞ୍ଜେଇ ଜବତ
24/09/2018 at 12:16 PM

କେନ୍ଦ୍ରାପଡ଼ା ୨୪/୯ : କେନ୍ଦ୍ରାପଡ଼ା ଜିଲା ଅବକାରୀ ବିଭାଗ ପକ୍ଷରୁ ଆଜି ଭୋରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ନକଲି ମଦ ଓ ଚୋରା ଗଞ୍ଜେଇ ଜବତ ହୋଇଛି | ସ୍ଥାନୀୟ ଅନୁଆପଡl, କଂସାର ଓ ନରିଲୋ ଗ୍ରାମରେ ଚୋରା ମଦ ଓ ଗଞ୍ଜେଇ କାରବାର ହେଉଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା | ଚଢାଉ ବେଳେ ୧୪ ଲିଟର ନକଲି ବିଦେଶୀ ମଦ, ୪ ଲିଟର ଦେଶୀ ମଦ ଏବଂ ୧ କିଲୋ ୫୦ ଗ୍ରାମ ଗଞ୍ଜେଇ ସହିତ ନାମି ଦାମୀ କମ୍ପାନୀ ର ଲେବୁଲ ଜବତ ହେବା ସହିତ ତିନି ଜଣଙ୍କୁ ଗିରଫ୍ କରାଯାଇଥିବା ଅବକାରୀ ଇନିସପେକ୍ଟର ପ୍ରଭାତ କୁମାର ସେଠୀ ସୂଚନା ଦେଇଛନ୍ତି |
Related Posts
କୋରାପୁଟରେ ଚାଞ୍ଚଲ୍ୟ, ଗଳା କାଟି ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
6 February 2023