କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ଦବଙ୍ଗଗିରି ; ଘରେ ପଶି ଭଙ୍ଗାରୁଜା
12/01/2019 at 1:14 PM

ଜଳେଶ୍ବର ୧୨|୧: ବାଲେଶ୍ବର ଜିଲ୍ଲା ଜଳେଶ୍ବର ମ୍ୟୁନିସିପାଲିଟି ଅଧୀନ ଝାଡେଶ୍ବରପୁର ବସ୍ତିରେ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ଦବଙ୍ଗଗିରି । ଆଜି ସକାଳେ ୨ଟି ବୋଲେରୋ ଗାଡିରେ ୧୦ରୁ ୧୫ ଜଣ ଅବକାରୀ ଅଧିକାରୀ ଗାଁର ସେକ ମନିରୁଦ୍ଦିନଙ୍କ ଘରେ ପଶି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଜିନିଷପତ୍ର ଭଙ୍ଗାରୁଜା ସହ ଧମକ ଚମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଘରେ କିଛି ନପାଇ ୨ଟି ପାଉଡର ପ୍ୟାକେଟ ରୋଷେଇ ଘରେ ରଖୁଥିବାବେଳେ ପରିବାର ଲୋକ ଗାଁ ଲୋକଙ୍କୁ ପାଟି କରି ଡାକିଥିଲେ । ଗାଁ ଲୋକ ମିଶି ଅବକାରୀ ଅଧିକାରୀଙ୍କୁ ଅଟକ ରଖିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ପୋଲିସ ପହଞ୍ଚି ଲୋକଙ୍କ କବଳରୁ ଅବକାରୀ ଅଧିକାରୀଙ୍କୁ ମୁକୁଳାଇଥିଲା ।
Related Posts
ବିଳମ୍ୱିତ ରାତିରେ ମାତିଲେ ଦୁର୍ବୃତ୍ତ, ତାଲା ଭାଙ୍ଗି ଲୁଟିଲେ ବ୍ୟାଙ୍କ୍
3 February 2023