କୁଟୁଣି ପଦର ଗ୍ରାମ ଜଙ୍ଗଲରେ ଚଢାଉ, ୪ କ୍ଵିଣ୍ଟାଲ ଗଞ୍ଜେଇ ଜବତ

Published By : Prameya-News7 Bureau | June 28, 2023 IST

ଫୁଲବାଣୀ ୨୮।୬: କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା । ଫିରିଙ୍ଗିଆ ଥାନା ଅନ୍ତର୍ଗତ କୁଟୁଣି ପଦର ଗ୍ରାମ ନିକଟ ଜଙ୍ଗଲରୁ ଚାରି କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ ।

{"id":809709,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗ କୌଣସି ସୁତ୍ରରୁ ଖବର ପାଇ ଚଢାଉ କରିଥିଲା । ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲଙ୍କ ନେତୃତ୍ଵରେ ୧୨ ଜଣିଆ ଟିମ୍ ଫିରିଙ୍ଗିଆ ଥାନା ଅନ୍ତର୍ଗତ କୁଟୁଣି ପଦର ଗ୍ରାମ ନିକଟ ଜଙ୍ଗଲରେ ଚଢାଉ କରିଥିଲେ । ଗଞ୍ଜେଇ ଚୋରା ଚାଲାଣ ପାଇଁ ରଖାଯାଇଥିବା ୪ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ତେବେ ଏ ଘଟଣାରେ କୌଣସି ଅଭିଯୁକ୍ତ ଧରାପଡ଼ି ନାହାନ୍ତି । ଏ ସଂକ୍ରାନ୍ତରେ ଜଡିତ ଥିବା ଗଞ୍ଜେଇ ମାଫିଆଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି  ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି l

You Can Read :

wp:embed {"url":"https://www.prameyanews7.com/odisha-cm-announces-3-lakh-rupees-ex-gratia-for-truck-mishap-in-keonjhar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odisha-cm-announces-3-lakh-rupees-ex-gratia-for-truck-mishap-in-keonjhar/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.