ନରସିଂହପୁର ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ, ଦେଶୀ ମଦ ସହ ପୋଚ ଜବତ
4/09/2023 at 10:43 AM

ଆଠଗଡ଼ ୪।୯: ଆଠଗଡ ନରସିଂହପୁର ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ । ଚୋରା ଦେଶୀ ମଦ ସହ ପୋଚ ଜବତ ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନରସିଂହପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ । ଆଠଗଡ ବଡ଼ମ୍ବା ଥାନା ଅନ୍ତର୍ଗତ କୁଶପାଳ ଗ୍ରାମରେ ଚଢ଼ାଉ କରିଛି ଅବକାରୀ ବିଭାଗ । ଚଢାଉ ବେଳେ ୬ ହାଜର ୬୧୫ ଲିଟର ପୋଚ ସହ ୪୫୫ ଲିଟର ଚୋରା ଦେଶୀ ମଦ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ୫୨ ହଜାର ହେବ ବୋଲି ଜଣାପଡିଛି । ଏ ନେଇ ଆଠଗଡ ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରମୋଦ କୁମାର ପଣ୍ଡା ସୂଚନା ଦେଇଛନ୍ତି ।
You Can Read :