ସିବିଆଇ କାର୍ଯ୍ୟାଳୟରୁ ବାହାରିଲେ ସିସୋଦିଆ, ଦୀର୍ଘ ୯ ଘଣ୍ଟା ଧରି ହେଲା ଜେରା

Published By : Prameya-News7 Bureau | October 17, 2022 IST

ନୂଆଦିଲ୍ଲୀ: ଦିଲ୍ଲୀର ଚର୍ଚ୍ଚିତ ଅବକାରୀ ଦୁର୍ନୀତି ମାମଲାରେ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇର ପଚରାଉଚୁରା ଶେଷ ହୋଇଛି। ପ୍ରାୟ ନଅ ଘଣ୍ଟା ଧରି ସିସୋଦିଆଙ୍କୁ ସିବିଆଇ ପଚରା ଉଚୁରା କରିଛି। ସିସୋଦିଆ ସିବିଆଇ କାର୍ଯ୍ୟାଳୟରୁ ବାହାରି ସାରିଛନ୍ତି। ପଚରା ଉଚୁରା ସମୟରେ ସେ ସିବିଆଇ ଅଧିକାରୀଙ୍କୁ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେଇଛନ୍ତି।

ଏହା ପୂର୍ବରୁ ଆମ୍ ଆଦମୀ ପାର୍ଟିର ଅନେକ ନେତା ସୋମବାର ସିସୋଦିଆଙ୍କୁ ସିବିଆଇର ଜେରାକୁ ତୀବ୍ର ବିରୋଧ କରିଥିଲେ। ସିସୋଦିଆ ସକାଳ ପୂର୍ବାହ୍ନ ୧୧ଟା ୧୫ରେ ଦିଲ୍ଲୀ ସ୍ଥିତ ସିବିଆଇ ମୁଖ୍ୟାଳୟ ପହଞ୍ଚିଥିଲେ। ପାଖାପାଖି ୯ ଘଣ୍ଟା ପର୍ଯ୍ୟନ୍ତ ପଚରା ଉଚୁରା ପରେ ସିସୋଦିଆ ସିବିଆଇ କାର୍ଯ୍ୟାଳୟରୁ ବାହାରିଛନ୍ତି। ସିସୋଦିଆଙ୍କୁ ସିବିଆଇର ଜେରା ନେଇ ଦିନ ସାରା ରାଜଧାନୀ ଦିଲ୍ଲୀରେ ରାଜନୀତି ବେଶ ସରଗରମ ରହିଥିଲା।

ପଚରା ଉଚୁରା ପରେ ସିବିଆଇ କାର୍ଯ୍ୟାଳୟରୁ ବାହାରି ସିସୋଦିଆ କହିଛନ୍ତି, ଦୁର୍ନୀତିର କୌଣସି ପ୍ରସଙ୍ଗ ହିଁ ନାହିଁ। ପୂରା କେସ୍ ହିଁ ନକଲି। ଏହି କେସ୍ କୌଣସି ତଦନ୍ତ ପାଇଁ କରାଯାଉନି ବରଂ ଅପରେସନ ଲୋଟସକୁ ସଫଳ କରିବା ପାଇଁ କରାଯାଇଛି। ସୂତ୍ର ଅନୁଯାୟୀ ସିବିଆଇ ସିସୋଦିଆଙ୍କ ଉତ୍ତରରେ ସନ୍ତୁଷ୍ଟ ନହେଲେ ତାଙ୍କୁ ପୁନର୍ବାର ପଚରା ଉଚୁରା ପାଇଁ ଡକା ଯାଇପାରେ। ଏହା ପୂର୍ବରୁ ସିବିଆଇ ରବିବାର ସମନ ଜାରି କରି ସୋମବାର କାର୍ଯ୍ୟାଳୟରେ ଉପସ୍ଥିତ ହେବାକୁ ସିସୋଦିଆଙ୍କୁ କହିଥିଲା। ମନୀଷ ସିସୋଦିଆଙ୍କ ସହ ଏମିତି ପଚରାଉଚୁରା ନେଇ ଆପ୍‌ର ସାଂସଦ ସଞ୍ଜୟ ସିଂହ ଏବଂ ପାର୍ଟିର ଅନ୍ୟ କାର୍ଯ୍ୟକର୍ତ୍ତା ସିବିଆଇ ମୁଖ୍ୟାଳୟ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.