୧୮ ହଜାର ଟଙ୍କା ଲାଞ୍ଚ ନେଇ ଅବକାରୀ ଅଧିକାରୀ ଗିରଫ
11/01/2023 at 9:32 PM

ପୁରୀ ୧୧/୦୧: ୧୮ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଅବକାରୀ ଇନ୍ସପେକ୍ଟର। ଏପରି ଘଟଣା ପୁରୀ ଜିଲ୍ଲାରେ ଦେଖିବାକୁ ମିଳିଛି। ଗିରଫ ଅବକାରୀ ଅଧିକାରୀ ପୁରୀ ଜିଲ୍ଲା ଅବକାରୀ ବିଭାଗରେ କାର୍ଯ୍ୟରତ ଥିଲେ। ଗିରଫ ଇନ୍ସପେକ୍ଟରଙ୍କ ପରଚୟ ସଞ୍ଜୟ କୁମାର ପଣ୍ଡା। ଗୋଟିଏ ଡାଏରି ଦାଖଲ କରିବା ପାଇଁ ସେ ଜଣଙ୍କ ଠାରୁ ଲାଞ୍ଚନେବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ତାଙ୍କ ଠାରୁ ଭିଜିଲାନ୍ସ କର୍ମଚାରୀମାନେ ଲାଞ୍ଚ ଟଙ୍କା ଜବତ କରି ୨ଟି ସ୍ଥାନରେ ଚଢ଼ଉ କରିଥିବା ଜଣାପଡ଼ିଛି।
ସୂଚନାଥାଉକି, ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଏବଂ ଜିଲ୍ଲା ପୋଲିସ ଲାଞ୍ଚ ନେଇ ଚୋରା ମଦ ବ୍ୟବସାୟଙ୍କୁ ଘଣ୍ଟ ଘୋଡାଉଥିଲେ ବୋଲି କିଛି ଦିନ ପୂର୍ବେ ସଞ୍ଜୟ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ। ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। କିନ୍ତୁ ଏବେ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ସଞ୍ଜୟଙ୍କ ସାଧୁତା ପଦାରେ ପଡ଼ିଛି।