suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବସ୍‌ରେ ଚଢାଉ ବେଳେ ୩୨ ଲକ୍ଷ ଟଙ୍କା ଜବତ, ଯୁବକ ଅଟକ

13/09/2022 at 5:05 PM

ବ୍ରହ୍ମପୁର, ୧୩/୦୯: ଗଞ୍ଜେଇ କାରବାରକୁ ନେଇ ଚଢାଉ ସମୟରେ ଗାଡିରୁ ମିଳିଲା ପୁଳା ପୁଳା ଟଙ୍କା । ବ୍ରହ୍ମପୁର ଲାଞ୍ଜିପଲ୍ଲି ବାଇପାସ୍‌ରେ ଚଢାଉ ସମୟରେ ଏକ ଘରୋଇ ବସରୁ ଲକ୍ଷାଧିକ ଟଙ୍କା ମିଳିଛି । ଏହି ଟଙ୍କାକୁ ଅବକାରୀ ବିଭାଗ ବୈଦ୍ୟନାଥପୁର ପୁଲିସକୁ ହସ୍ତାନ୍ତର କରିଛି ।

ଖବର ପାଇ ଅବକାରୀ ବିଭାଗ ବ୍ରହ୍ମପୁରରୁ ଭୁବନେଶ୍ବର ଯାଉଥିବା ଏକ ଘରୋଇ ବସ୍‌ ଉପରେ ଚଢାଉ କରିଥିଲା । ଏହି ସମୟରେ ୩୨ ଲକ୍ଷ ଟଙ୍କା ଜବତ କରାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି । ଅଟକ ଯୁବକ ଜଣକ ପଶ୍ଚିମବଙ୍ଗର ବୋଲି ଅବକାରୀ ବିଭାଗର ଅଧିକାରୀ କହିଛନ୍ତି । ଯୁବକ ଜଣକ କେତେବେଳେ ସୁନା ବ୍ୟବସାୟ ତ କେତେବେଳେ ଅନ୍ୟ କିଛି ବ୍ୟବସାୟ କରୁଥିବା କହି ଫାଙ୍କିବାକୁ ଚେଷ୍ଟା କରିଥିଲା । ସନ୍ଦେହ ହେବାରୁ ଅଭିଯୁକ୍ତକୁ ପୁଲିସକୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀ ହୃଦୟାନନ୍ଦ ସାମନ୍ତ।

   Related Posts