ସାଲିଆସାହିରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀ ମଦ ନଷ୍ଟ, ୯ ଗିରଫ
12/09/2022 at 6:04 PM

ଭୁବନେଶ୍ୱର, ୧୨/୦୯: ପୁଣି ସାଲିଆସାହିର ଦେଶୀ ମଦ କାରଖାନା ଧ୍ଵଂସ କଲା ଅବକାରୀ ଟିମ୍ । ବିପୁଳ ପରିମାଣରେ ଦେଶୀ ମଦ ନଷ୍ଟ କରିବା ସହ ୯ ଜଣଙ୍କୁ ଗିରଫ କରିଛି ଟିମ୍ । ୮ ଜଣ ମହିଳା ଏବଂ ଜଣେ ପୁରୁଷ ବେପାରୀକୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ସକାଳୁ ଭୁବନେଶ୍ୱର ଅବକାରୀ ଟିମ୍ ସାଳିଆସାହି ଓ ବିରବଶା ବସ୍ତିରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଗୋଟିଏ ଘରେ ଦେଶୀ ମଦ ରନ୍ଧା ଯାଉଥିଲା । ଏହାସହିତ ଅନ୍ୟ ଏକ ଘରେ ଦୀର୍ଘ ଦିନରୁ ରଖା ଯାଇଥିବା ମଦ ଦେଖିବାକୁ ପାଇଥିଲେ ଅବକାରୀ ଟିମ୍ । ସେଗୁଡିକ ନଷ୍ଟ କରିଦେବା ସହ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯ।ଇଥିବା ଜଣାପଡ଼ିଛି ।