ଅବକାରୀ ବିଭାଗର ଚଢ଼ାଉ, ବିପୁଳ ନକଲି ବିଦେଶୀ ମଦ ଜବତ ସହ ଦୁଇ ଗିରଫ
11/12/2022 at 3:48 PM

ରାଉରକେଲା,୧୨।୧୧: ରାଉରକେଲା ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିଛି । ଏହି ଚଢ଼ାଉରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ରାଉରକେଲା ବିଶ୍ରା ଥାନା ନୁଆଁରେ ଥିବା ଏକ ଘରୋଇ ସ୍କୁଲ ପରିସରରେ ନକଲି ବିଦେଶୀ ମଦ ପ୍ରସ୍ତୁତି ଚାଲିଥିଲା । ହିମାଚଳ ପ୍ରଦେଶରେ ବିଦେଶୀ ମଦ ଚୋରାରେ ଆଣି (ଯାହା ଓଡ଼ିଶା ପାଇଁ ବିକ୍ରୟ ମନା) ସେହି ମଦରେ ସ୍ପିରିଟ ସହ ରଙ୍ଗ ମିଶାଇ ବୋତଲରେ ଭର୍ତି କରି ପ୍ରସ୍ତୁତ କରୁଥିଲେ ନକଲି ବିଦେଶୀ ମଦ।
ଆଉ ଏହାକୁ ହୋଟେଲ ସହ ଡାଭା ମାନଙ୍କରେ ବିକ୍ରି କରାଯାଉଥିଲା । ରାଉରକେଲା ଅବକାରୀ ବିଭାଗ ଖବର ପାଇ ମାଡ଼ି ଚଢ଼ାଉ କରିିଥିଲା । ଏଥିସହ ପ୍ରଚୁର ପରିମାଣରେ ନକଲି ବିଦେଶୀ ମଦ ସହ ଷ୍ଟିକର, ଠିପି ସହ ଗୋଟିଏ କାର ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।
Related Posts
ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ୫ ଲକ୍ଷ ଟଙ୍କାର ଅଳଙ୍କାର
27 January 2023
ମୁର୍ତ୍ତି ବିସର୍ଜନ ବେଳେ ଅଘଟଣ; ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ମୃତ
27 January 2023