ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ମହୁଲି ମଦ ଜବତ ସହ ୪ ଗିରଫ

Published By : Prameya-News7 Bureau | January 24, 2022 IST

ପାଟଣା, ୨୪/୦୨: କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶକ୍ରମେ ପାଟଣା ଅବକାରୀ ଥାନା ଅଧିକାରୀ ଜନାର୍ଦ୍ଦନ ପଲେଇଙ୍କ ଦ୍ଵାରା ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଚଢ଼ାଉ କରିଯାଇଛି ।  ବେଆଇନ ମଦ ବିକ୍ରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରି ମାମଲା ରୁଜୁ କରିଛି ପୋଲିସ୍‌। ଗିରଫ ଅଭିଯୁକ୍ତମାନେ ହେଲେ ପାଟଣା ଥନା ଉଦୟପୁର ଗ୍ରାମ କୁକୁଡ଼ିଆପଶି ସାହିର ବେଣୁଧର ମହାନ୍ତ, ତୁରୁମୁଙ୍ଗା ଥାନା ଅଞ୍ଚଳର ପଡିଆପଶି ଗ୍ରାମର ସଦା ନାଏକ, ଜାମୁଦାର ସୁଷମା ନାଏକ ଓ ଖୀରେଇ ଟାଙ୍ଗିରୀ ଗ୍ରାମର ରଞ୍ଜୁଲତା ନାଏକ । ଏମାନଙ୍କ ଠାରୁ ମୋଟ ୩୮ ଲିଟର ମହୁଲି ମଦ ଜବତ କରାଯାଇଛି ।  ଏହି ଚଢ଼ାଉରେ ଏଏସଆଇ ରଙ୍ଗାଧର ପାତ୍ରଙ୍କ ସମେତ ଅବକାରୀ ଥାନାର କର୍ମଚାରୀ ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.