ଗଡ଼ପଦନପୁର ଗାଁରେ ଅବକାରୀ ବିଭାଗର ଚଢ଼ାଉ, ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ
25/05/2022 at 10:20 PM

ନିମାପଡା, ୨୫/୦୫: ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ଗଡ଼ପଦନପୁର ଗାଁରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି । ୨୦୫ ଗ୍ରାମର ବ୍ରାଉନସୁଗର ଜବତ କରିବା ସହ ଅଭିଯୁକ୍ତ ପ୍ରଦୀପ୍ତ ସ୍ବାଇଁକୁ କୋର୍ଟ ଚାଲାଣ କରିଛି । ଜିଲ୍ଲା ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ବଲଙ୍ଗା ଏବଂ ପିପିଲି ଅବକାରୀ ବିଭାଗ ଅଧିକାରୀମାନେ ଚଢ଼ାଉ କରିଥିବା ବେଳେ ଜବତ ହୋଇଥିବା ଧଳା ଜହରର ମୂଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।
Related Posts
ବେଆଇନ ଗୋ-ଚାଲାଣ ବେଳେ ଟ୍ରକ୍ ଜବତ, ଗୋଟିଏ ଗୋରୁ ମୃତ
6 July 2022