ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଜବତ
28/05/2023 at 11:25 AM

ଆଠଗଡ଼ ୨୮।୦୫ : ଅବକାରୀ ବିଭାଗର ଚଢାଉ । କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଡାଳୁଆ ଓ ସରସ୍ୱତୀପୁର ଗାଁ ନିକଟରେ ଚଢାଉ କରିଛି ଅବକାରୀ ବିଭାଗ । ଏହି ଚଢାଉରେ ୯୦୩୦ ଲିଟର ପୋଚ ସହିତ ୯୪୫ ଲିଟର ଦେଶୀ ମଦକୁ ଜବତ କରି ନଷ୍ଟ କରାଯାଇଛି ।

ଖବର ଅନୁଯାୟୀ, ଖୁଣ୍ଟୁଣି ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ମଦ ରନ୍ଧନ ହୋଇଥାଏ । ବର୍ଷ ତମାମ ପୋଲିସ ଓ ଅବକାରୀ ବିଭାଗକୁ ଲୁଚାଇ ମଦ ରନ୍ଧା ଚାଲିଥିଲା । ହେଲେ ଏବେ ଅବକାରୀ ବିଭାଗ ଏହି ସ୍ଥାନରେ ଚଢାଉ କରିଛି । ଆଉ ଏହି ଚଢାଉରେ ୯୦୩୦ ଲିଟର ପୋଚ ସହିତ ୯୪୫ ଲିଟର ଦେଶୀ ମଦକୁ ଜବତ କରି ନଷ୍ଟ କରିଛି । କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଠଗଡ଼ ଅବକାରୀ ନିରୀକ୍ଷକ କେଶବ ଦାସଙ୍କ ସମେତ ୬ରୁ ଅଧିକ ଅଧିକାରୀମାନେ ଏହି ଚଢ଼ାଉର ସାମିଲ ରହିଛନ୍ତି ।

ପୂର୍ବରୁ ଆଠଗଡ଼ ଏବଂ ତିଗିରିଆ ଅଞ୍ଚଳରେ ଅନେକ ଥର ଚଢାଉ କରିଛି ଅବକାରୀ ବିଭାଗ । କିନ୍ତୁ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ବାରମ୍ବାର ବିଫଳ ହେଉଛନ୍ତି ।
You Can Read :