ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢାଉ, ଗଞ୍ଜେଇ ଜବତ, ଗାଡ଼ି ସହ ୪ ଗିରଫ

Published By : Prameya-News7 Bureau | August 01, 2022 IST

ବ୍ରହ୍ମପୁର,୦୧/୦୮: ବ୍ରହ୍ମପୁର ଫାଷ୍ଟଗେଟ୍ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢାଉ।  ଏକ କୁଇଣ୍ଟାଲ୍ ଗଞ୍ଜେଇ ସହ ଗୋଟିଏ ପିକଅପ୍ ଭ୍ୟାନ୍ ଜବତ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଜବତଗାଡ଼ିର ମୂଲ୍ୟ ୭ ଲକ୍ଷ ଟଙ୍କା । ମୋଟ ୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଏବଂ ଗାଡି ଜବତ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

ସେହିପରି ଖଲ୍ଲିକୋଟ୍ ଥାନା ଗୁରୁପଲ୍ଲୀ ନିକଟରୁ ୨୨ କିଲୋ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି କମିଶନର ଅଶୋକ କୁମାର ଶତପଥୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.