ଅବକାରୀ ବିଭାଗ ଷ୍ଟାଣ୍ଡିଂ କମିଟିର ସୁପାରିଶ: ଅଧିକ ମଦ ବିକିଲେ ମିଳିବ ପୁରସ୍କାର, ବିରୋଧୀ ତାତିଲେ, ଦାମ ଓ ତାରା କହିଲେ ଏମିତି କଥା…

Published By : Prameya-News7 Bureau | July 13, 2019 IST

ଭୁବନେଶ୍ବର୧୩|୭: ଅବକାରୀ ବିଭାଗ ଷ୍ଟାଣ୍ଡିଂ କମିଟି ସୁପାରିଶକୁ ନେଇ ତେଜିଲେ ବିରୋଧୀ। ଧାର୍ଯ୍ୟ ଲକ୍ଷ୍ୟ ଠାରୁ କିମ୍ଭା ତା ଠାରୁ ଅଧିକ ମଦ ବିକ୍ରୀ କଲେ ମଦ ଦୋକାନୀକୁ ପୁରସ୍କୃତ କରିବାକୁ ସୁପାରିଶ କରିଛି ଷ୍ଟାଣ୍ତିଂ କମିଟି।  ଏଭଳି କଲେ ରାଜ୍ୟରେ ଅଧିକ ମଦ ବିକ୍ରୀ ହେବ, ଯୁବ ସମାଜ ଖାରପ ହେବା ସହ ଅପରାଧ ବଢିବ । ଏପଟେ ଅଲ ଓଡିଶା ଓ୍ବାଇନ ମର୍ଚ୍ୟାଣ୍ଟ ଆସୋସିଏସନ ଏଭଳି ସୁପାରିଶକୁ ବିରୋଧ କରିଛି…  

{"id":133247}

ମଦ ବିକ୍ରୀ ବଢ଼ାଇବାକୁ ବେପାରୀଙ୍କୁ ସରକାର ଦେବେ ବୋଞ୍ଜା ଅଫର । ଯିଏ ଅଧିକ ବିକିବ ତାଙ୍କୁ ସରକାର ପୁରସ୍କୃତ କରିବେ। ମଦ ପାଇଁ ବଢ଼ୁଥିବା ରାଜସ୍ବକୁ ଦେଖି ସରକାରଙ୍କ ଏଭଳି ଯୋଜନା ଲାଗୁ କରିବାକୁ ସୁପାରିଶ କରିଛି ଅବକାରୀ ବିଭାଗ ଷ୍ଟଣ୍ତିଂ କମିଟି। ସୁପାରିଶ ଅନୁସାରେ ଯେଉଁ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀମାନେ ସରକାରଙ୍କ ଧାର୍ଯ୍ୟ ଲକ୍ଷ୍ୟର ପରିମାଣ କିମ୍ବା ତା ଠାରୁ ଅଧିକ ମଦ ମଦ ବିକିବେ ତାଙ୍କୁ ପୁରସ୍କୃତ କରାଯିବ । ଏଥିସହ ଇଣ୍ଡିଆନ୍ ମେଡ୍‌ବିଦେଶୀ ମଦ ଦୋକାନ ଖୋଲିବାକୁ ପରାର୍ମଶ ଦିଆଯାଇଛି ।

{"id":133248}

କେବଳ ଏତିକି ନୁହେଁ ଆହୁରି ୧୨ଟି ସୁପାରିଶ କରିଛି ଷ୍ଟାଣ୍ତିଂ କମିଟି। ଚୋରା ମଦ କାରବାର ରୋକିବା ପାଇଁ ଅବକାରୀ ଆର୍ଦଶ ଥାନ ଖୋଲିବା, ସ୍ପେସାଲ୍ ସ୍କ୍ବାର୍ଡ ଗଠନ କରିବା, ଅବକାରୀ ବିଭାଗରେ କର୍ମଚାରୀ ସଂଖ୍ୟା ବଢ଼ାଇବାକୁ ସୁପରିଶ କରିଛି ଷ୍ଟାଣ୍ତିଂ କମିଟି। ତେବେ ଅଧିକ ମଦ ବିକିଲେ ଦୋକାନୀଙ୍କୁ ପୁରସ୍କୃତ କରିବାକୁ ବିରୋଧୀ ଉଚିତ ମଣିନାହାନ୍ତି। ଏହାଦ୍ବାରା ମଦ କାରବାର ବଢ଼ିବା ସହ ଯୁବସମାଜକୁ ନଷ୍ଟ କରିଦେବ। ଏହା ଦ୍ବାରା ରାଜ୍ୟରେ ଅପରାଧ ବଢ଼ିବ ବୋଲି ବିରୋଧୀ କହିଛନ୍ତି। ପୂର୍ବତନ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏହାକୁ ତୀବ୍ର ସମାଲୋଚନା କରିଛନ୍ତି । ସମାଜ ବିପଥଗାମୀ ହେବ ବୋଲି କହିଛନ୍ତି।

{"id":133249}

୨୦୦୮-୦୯ରେ ମଦରୁ ରାଜସ୍ବ ବାବଦରେ ୮୪୯ କୋଟି ଟଙ୍କା ଆଦାୟ ହୋଇଥିଲା । ଏହା ୨୦୧୮-୧୯ରେ ଏହା ୩,୯୨୫ କୋଟି ଟଙ୍କାରେ ପହଞ୍ଚିଛି। ୨୦୧୯-୨୦ରେ ୪ହଜାର୬ଶହ କୋଟି ଟଙ୍କା ଆଦାୟ କାରିବାକୁ ଲକ୍ଷ୍ୟ ରଖିଛି ଅବକାରୀ ବିଭାଗ। ଅଧିକ ମଦ ଦୋକାନ ଖୋଲିବାରୁ ଚୋରା ମଦ କାରବାର କମିଛି। ଚୋରା ମଦରେ ଯେଉଁ ଅର୍ଥ ଯାଉଥିଲା ମଦ ଦୋକାନ ଖୋଲିବା ଫଳ​‌ରେ ସେହି ଅର୍ଥ ରାଜସ୍ବ ବାବଦରେ ଆସିଛି।  ମଦ ଖୋଲିବାକୁ ସଂଘ ଉଚିତ୍‌ ମଣିଛି କିନ୍ତୁ ମଦ ବିକିବା ପାଇଁ ପୁରସ୍କାର ଦେବାକୁ ସଂଘ ବିରୋଧ କରିଛି ।

{"id":133250}

ଗୋଟିଏ ପଟେ ରାଜ୍ୟରେ ମଦ ବିକ୍ରୀ ବନ୍ଦ କରିବାକୁ ବିଭିନ୍ନ ସଂସ୍ଥା ଆନ୍ଦୋଳନ କରୁଛନ୍ତି । ଅନ୍ୟପଟେ ମଦ ଅଧିକ ବିକ୍ରୀ କରିଥିବା ଦୋକାନୀଙ୍କୁ ପୁରସ୍କୃତ କରିବା ଷ୍ଟାଣ୍ତିଂ କମିଟି ସୁପାରିଶକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

{"id":133251}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.