ଅବକାରୀ ଚଢ଼ଉ: ବିପୁଳ ପରିମାଣର ନକଲି ମଦ ଜବତ, ୨ ଗିରଫ

Published By : Prameya-News7 Bureau | December 12, 2022 IST

ବାରିପଦା ୧୨/୧୨: ଅବକାରୀ ବିଭାଗ ମିଳିତ ଟିମ କାଦୁଆଳବନ୍ଧରୁ ବ୍ୟାପକ ପରିମାଣର ନକଲି ମଦ ଜବତ କରିଛି। ଅବକାରୀ ଫ୍ଲାଇଙ୍ଗ୍ ଟିମ୍ ସହ ସ୍ଥାନୀୟ ଅବକାରୀ ଟିମ ମିଳିତ ଚଢ଼ଉ କରି ୪୦ ଲିଟର ନକଲି ମଦ ଜବତ କରିଛନ୍ତି।  ଖବର ଅନୁସାରେ, ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶରେ ସୋମବାର ସକାଳେ ଅବକାରୀ ବାରିପଦା-ଉଦଳା ରାସ୍ତାରେ ପେଟ୍ରୋଲିଂ ହେଉଥିଲା।

ଏହି ସମୟରେ ଗୋଟିଏ କାରକୁ ସନ୍ଦେହ କରି ଅବକାରି କର୍ମଚାରୀ ଅଟକାଇ ଯାଞ୍ଚ କରିଥିଲେ। କାର୍‌ରୁ ନକଲି ମଦ ମିଳଥିଲା। ଘଟଣାସ୍ଥଳରୁ ଚାଳକ ଚମ୍ପଟ ମାରିଛି। ଅନ୍ୟ ଜଣକୁ ଅବକାରି ବିଭାଗ ଗିରଫ କରିଛି। କାଦୁଆଲବନ୍ଧରେ ଥିବା ଅନ୍ୟ ଏକ ଘରେ ଚଢ଼ଉ କରି ତିଆରି ହେଉଥିବା ମଦକୁ ଅବକାରୀ ଟିମ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତର ପରିଚୟ ପିଣ୍ଟୁ କୁମାର ସିଂ (୩୮)।

ଚଢ଼ଉ ବେଳେ ପ୍ରାୟ ୪୦ଲିଟର ନକଲି ମଦ ପାଇଁ ବ୍ୟବହୃତ ଭିନ୍ନ ଭିନ୍ନ କମ୍ପାନୀର ନକଲି ଠିପି, ନକଲି ଇଏଏଲ୍ ଓ ଅନ୍ୟାନ୍ୟ ସରଞ୍ଜାମ ଜବତ କରାଯାଇଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ଅଭିଯୋଗ ନମ୍ବର ୩୫୫/୨୨ ମୂଳେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଡ଼ଉରେ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡର ଇନ୍ସପେକ୍ଟର ରୋଷଣ ଇସୁ ହାଁସଦାଙ୍କ ନେତୃତ୍ବରେ ଏଏସଆଇ ପ୍ରଦୀପ କୁମାର ବେହେରା, ବ୍ରଜକିଶୋର ବିନ୍ଧାଣି, କନଷ୍ଟେବଳ ଅଜୟ କୁମାର ବେହେରା, ଗୌରାଙ୍ଗ ନାୟକ, ପଦ୍ମିନୀ ନାୟକ, ଗଙ୍ଗାଧର ବେହେରା ସାମିଲ ଥିବା ବିଭାଗ ପକ୍ଷରୁ ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.