ବେଆଇନ ମଦ ଜବତ; ୩ ଗିରଫ, ଗାଁ ଲୋକଙ୍କ ଅଭିଯୋଗ, ପୁଲିସ ଜାଣିସିଆଣିଆ ହେଉଛି

Published By : Prameya-News7 Bureau | May 09, 2022 IST

ଆଠଗଡ଼: ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ଜବତ। ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଆଠଗଡ଼ ଥାନା ଅନ୍ତର୍ଗତ କୁଲାଇଲୋ ଗ୍ରାମର, ରତ୍ନାକର ବେହେରାଙ୍କ ଠାରୁ ୫ ଲିଟର ଠାରୁ ଅଧିକ ଜବତ କରାଯାଇଛି । ଚମ୍ପିଆ ଗାମର ଭାଗିରଥି ସ୍ୱାଇଁ ଙ୍କ ଠାରୁ ୭ ଲିଟର ଠାରୁ ଅଧିକ, ନାଉରଥ ଗ୍ରାମର ପ୍ରମୋଦ ନାୟକଙ୍କ ଠାରୁ ୧୮ ଲିଟର ମଦ ଜବତ କରାଯାଇଛି। ଏନେଇ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଅନେକ ବାର ଚଢ଼ାଉ ହେଉଛି ହେଲେ କିଛି ସୁଫଳ ପାଉ ନଥିବା ଭଳି କିଛି ପୋଚ ନଷ୍ଟ କରି ଚୁପ୍ ବସିଯାଉଛନ୍ତି ଅବକାରୀ ବିଭାଗର କର୍ମଚାରୀ। ସ୍ଥାନୀୟ ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସଠିକ୍ ସ୍ଥାନରେ ଚଢ଼ାଉ କରାଯାଉ ନଥିବା ଅଭିଯୋଗ ହେଉଛି। ଯେଉଁ ସ୍ଥାନରେ ଖୁଲମ୍ ଖୁଲା ହଜାର ହଜାର ଲିଟର ମଦ ଗଚ୍ଛିତ କରି ରଖାଯାଇଛି ବିଭାଗର ନଜର କିନ୍ତୁ ସେଠି ପଡ଼ୁନି। ବିଭାଗର ଖାଲି ଅନ୍ଧାରରେ ବାଡ଼ି ବୁଲାଇଲା ଭଳି କିଛି ପୋଚ୍ ନଷ୍ଟ କରି ବାହା ବାହା ନେଉଛି ଅବକାରୀ ଟିମ୍।

ଆଠଗଡ଼ ଥାନ ଠାରୁ ଅଳ୍ପ ଦୂରରେ ମଦର କୁଟୀର ଶିଳ୍ପ ଗଢ଼ି ଉଠିଛି। ଏଥିପାଇଁ ଚୋରି ରାହାଜାନୀ ଦିନକୁ ଦିନ ବଢ଼ିବାରେ ଲାଗିବା ସହ ଅନେକ ନିରୀହ ଜୀବନ ଯାଉଥିବା ଅଭିଯୋଗ ହୋଇଛି।

ସେଥିପ୍ରତି ନା ପ୍ରଶାସନର ନଜର ଅଛି ନା ବିଭାଗ କିଛି କାର୍ଯ୍ୟାନୁଷ୍ଠାନ ନେଉଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଗଲାଣି। ତେଣୁ ବଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଏହା ଉଗ୍ରରୂପ ନେବ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.