ଅବକାରୀ ଚଢ଼ଉ : ୨ କ୍ୱିଣ୍ଟାଲ୍ ଗଞ୍ଜେଇ ଓ ଗୋଟିଏ କାର୍ ଜବତ, ଚାରି ଅଭିଯୁକ୍ତ ଗିରଫ
3/02/2023 at 9:00 PM

ସମ୍ୱଲପୁର ୦୩/୦୨: ପୁଣି ଗଞ୍ଜେଇ ଚୋରାଚାଲଣର ପର୍ଦ୍ଦାଫାଶ କଲା ଅବକାରୀ ବିଭାଗ। ଏହି ଅଭିଯୋଗରେ ୪ ଅଭିଯୁକ୍ତ ଗିରଫ। ନକଲି ନମ୍ବର ପ୍ଲେଟ ଥିବା ଗାଡ଼ିରେ ଅଭିଯୁକ୍ତମାନେ ଗଞ୍ଜେଇ ଚାଲାଣ କରୁଥିଲେ। ଏହି ସମୟରେ ସମ୍ବଲପୁର ଅବକାରୀ ବିଭାଗ ଚଢ଼ଉ କରି ୨ କୁଇଣ୍ଟାଲ୍ ୬୫ କିଲୋ ଗଞ୍ଜେଇ ଜବତ କରିଛି।
ଖବୂର ଅନୁସାରେ, ସମ୍ବଲପୁର ଅବକାରୀ ବିଭାଗର ସ୍ଵତନ୍ତ୍ର ଟିମ୍ ଶୁକ୍ରବାର ମାନେଶ୍ୱର ବ୍ଳକର ଲରସରା, ଖଣ୍ଡୁଆଲ ଓ ଗୁଣ୍ଡେରପୁର ଅଞ୍ଚଳରୁ ଏହି ଗଞ୍ଜେଇ ଜବତ କରିଛି l ବୌଦ୍ଧରୁ ଉତ୍ତରପ୍ରଦେଶକୁ ଏହି ଗଞ୍ଜେଇ ଚାଲାଣ ହେବା ବେଳେ ଅବକାରୀ ବିଭାଗ ଲରସରା, ଖଣ୍ଡୁଆଲ ଓ ଗୁଣ୍ଡେରପୁରରେ ଚଢ଼ଉ କରି ଦୁଇଟି କାର ଓ ଗୋଟିଏ ବାଇକକୁ ଜବତ କରିଛିl ଏହାସହ ବେଆଇନ୍ ଗଞ୍ଜେଇ ଚାଲାଣ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଈ ମୂଲ୍ୟ ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କା ବୋଲି ସମ୍ବଲପୁର ଅବକାରୀ ଅଧିକ୍ଷକ ଜଣାଇଛନ୍ତି।