ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଜବତ, ୫ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ
9/06/2023 at 10:34 AM

ସୁବର୍ଣ୍ଣପୁର ୯।୬: ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢାଉ । ୪୭ କେଜି ଗଞ୍ଜେଇ ଜବତ କରିଥିବା ବେଳେ ୫ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଅବକାରୀ ବିଭାଗର ପାଟ୍ରୋଲିଂ ଟିମ୍ ବିନିକା ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ବେଳେ ସଂସାମୁରା ଛକ ନିକଟରେ ବାଇକ୍ ଯୋଗେ ଗଞ୍ଜେଇ ନେଉଥିବା ବେଳେ ଜଣକୁ ଗିରଫ କରିଛି । ଏହାସହ ୯ କେଜି ଗଞ୍ଜେଇ ଜବତ କରିଛି ।

ସେହିପରି ଉର୍ଲେ ଛକ ନିକଟରୁ ଜଣେ ବାଇକ୍ ଆରୋହୀଙ୍କ ଠାରୁ ୮ କେଜି ଗଞ୍ଜେଇ ଜବତ କରି ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ଏପଟେ ସକାଳୁ ଅବକାରୀ ବିଭାଗର ଚେକିଂ ସମୟରେ କାର୍ରେ ଗଞ୍ଜେଇ ନେଇ ଯାଉଥିବା ଅଭିଯୋଗରେ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଏହାସହ ୩୦ କେଜି ଗଞ୍ଜେଇ ଜବତ କରିଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସୁବର୍ଣ୍ଣପୁର ଅବକାରୀ ଅଧିକ୍ଷକ । ତିନୋଟି ଘଟଣାରେ ୨ଟି ବାଇକ୍, ଗୋଟିଏ କାର୍ ସହ ମୋଟ୍ ୫ ଜଣକୁ ଗିରଫ କରିଛି ଅବକାରୀ ବିଭାଗ ।
You Can Read :