scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଠଗଡର ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ : ଗଞ୍ଜେଇ ଓ ଚୋରା ଦେଶୀ ମଦ ଜବତ

20/07/2023 at 1:39 PM

ଆଠଗଡ଼ ୨୦।୭: ଆଠଗଡ଼ ଅବକାରୀ ବିଭାଗକୁ ସଫଳତା । ନରସିଂହପୁର ବାଗଧରିଆ ଛକ ନିକଟରୁ ୬୦ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ । ଗଞ୍ଜେଇ ଚାଲାଣ ଅଭିଯୋଗରେ ନୟାଗଡ଼ ଶରଣକୁଳ ଅଂଚଳର ମାନସ କୁମାର ପ୍ରଧାନ  ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ବ୍ୟତୀତ ଏହି ଚାଲାଣରେ ବ୍ୟବହାର ହେଉଥିବା ଏକ କାରକୁ ମଧ୍ୟ ଜବତ କରିଛି ଅବକାରୀ ବିଭାଗ ।

ଫୁଲବାଣୀରୁ ଲମ୍ବିଛି ବାହାର ରାଜ୍ୟ ପଶ୍ଚିମବଙ୍ଗକୁ ଚୋରା ଗଞ୍ଜେଇ ଚାଲାଣର ଚେର । ଫୁଲବାଣୀରୁ ପଶ୍ଚିମବଙ୍ଗ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ । ଏସ୍କଟ କରି ଏକ କାରରେ ଯାଇଥିବା ସମ୍ପୃକ୍ତ ୩ ଜଣ ଅବକାରୀ ବିଭାଗକୁ ଚକମା ଦେଇ ଖସି ଯିବାରେ ସଫଳ ହୋଇଥିଲେ । ସେମାନଙ୍କ ଉପରେ ଅବକାରୀ ବିଭାଗ ନଜର ରଖିଥିବା ଆଠଗଡ ଡେପୁଟି ସୁପରିଟେଣ୍ଡଣ୍ଟ ପ୍ରମୋଦ କୁମାର ପଣ୍ଡା କହିଛନ୍ତି ।

ସେପଟେ ବେଆଇନ ଚୋରା ଦେଶୀ ମଦ ଚୋରା ଚାଲାଣ ବେଳେ ବିଶେଷ ସୂତ୍ରରୁ ଖବର ପାଇ ମାଡ଼ି ବସିଲା ଅବକାରୀ ବିଭାଗ । ଆଠଗଡ଼ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମରୁ ବାଙ୍କୀ ଅଞ୍ଚଳକୁ ଏକ  ବୋଲେରୋରେ ଚୋରା ଚାଲାଣ ହେଉଥିବା ବେଳେ ଧରିଲା ଆଠଗଡ଼ ଅବକାରୀ ବିଭାଗ । ଆଠଗଡ଼ ଅଂଶୁପା ତାରିଣୀ ଛକ ନିକଟରୁ ଏକ ବୋଲେରୋ ଗାଡ଼ି ସହିତ ୩୬୦ ଲିଟର ଚୋରା ଦେଶୀ ମଦ ଜବତ କରିବା ସହ ଡ୍ରାଇଭର ଗିରଫ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ଗିରଫ ଗାଡ଼ି ଚାଳକ ଜଣଙ୍କ ହେଲେ ଢ଼େଙ୍କାନାଳ ସିଆରିଆ ଗ୍ରାମର ମାନସ ବେହେରା । ତେବେ ସମ୍ପୃକ୍ତ ବୋଲେର ମାଲିକକୁ ଖୁବ୍ ଶୀଘ୍ର ଧରାଯିବ ବୋଲି ଆଠଗଡ଼ ଡେପୁଟି ସୁପରିଟେଣ୍ଡଣ୍ଟ କହିଛନ୍ତି ।

You Can Read :

   Related Posts