ଅବକାରୀ ବିଭାଗର ଚଢାଉ, ମଦ ପୋଚ ନଷ୍ଟ ପାଇଁ ଲାଗିଲେ ୧୦ରୁ ଅଧିକ ଟିମ

Published By : Prameya-News7 Bureau | December 11, 2020 IST

ଆଠଗଡ଼ ୧୧।୧୨: କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ଼ ଏବଂ କଟକ  ଅବକାରୀ  ବିଭାଗ ପକ୍ଷରୁ ମିଳିତ ଭାବରେ କୋରଙ୍ଗା ଗାଁର ଜଙ୍ଗଲରେ ଚଢାଉ କରଯାଇଛି। ଏଥିସହ ମଦ ପାଇଂ ଗଚ୍ଛିତ ପୋଚ ନଷ୍ଟ ପାଇଁ ଚଢ଼ାଉରେ ସାମିଲ ଅଛନ୍ତି ୧୦ ରୁ ଅଧିକ ଅବକାରୀ ଟିମ।

କଟକ ଜିଲ୍ଲା ଆଠଗଡ ଅଞ୍ଚଳର ଦେଶୀ ମଦର କୁଟୀର ଶିଳ୍ପ ଭାବେ ପରିଚିତ  କରୋଙ୍ଗା ଗାଁ । କଟକ ଜିଲ୍ଲା ର ଅବକାରୀ ଓ ପ୍ରଶାସନ ପକ୍ଷରୁ ମିଳିତ ଚଢାଉ କରାଯାଇ ୭୫୦୦ ଲିଟର ମଦ ପୋଚ ଏବଂ ୧୫ ଲିଟର ଦେଶୀ ମଦ ନଷ୍ଟ  କରାଯାଇଛି। ଏହି ଗାଁରେ ଖୁଲୁମଖୁଲା ଦେଶୀ ମଦ ରନ୍ଧା ଦୀର୍ଘଦିନ ଧରି ରନ୍ଧା ହେଉଥିଲେ ମଧ୍ୟ ସଂପୂର୍ଣ୍ଣ ବନ୍ଦ କରିପାରୁନି ଅବକାରୀ ବିଭାଗ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.