ଜବତ ମଦକୁ ଛଡାଇନେଲେ ମଦ ମାଫିଆ, ଅବକାରୀ ବିଭାଗ ଓ ପୋଲିସକୁ ଘେରିଲେ ଶତାଧିକ ପୁରୁଷ ଓ ମହିଳା

Published By : Prameya-News7 Bureau | February 12, 2021 IST

ପାଟଣା ୧୨।୨: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ହୀରାପଶି ଗ୍ରାମରେ ଚୋରା ମହୁଲି ମଦ କାରବାର ପ୍ରସ୍ତୁତିର ଖବର ପାଇ ଅବକାରୀ ବିଭାଗ ଓ ତୁରୁମୁଙ୍ଗା ପୋଲିସ ମିଳିତ ଚଢ଼ାଉ କରିଥିଲା । ଚଢାଉ ବେଳେ ଉଭୟ ବିଭାଗୀୟ କର୍ମଚାରୀଙ୍କୁ ହଟହଟା ହେବାକୁ ପଡିଛି ।

{"id":407671,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳୁ ଅବକାରୀ ବିଭାଗ ତୁରୁମୁଙ୍ଗା ପୋଲିସ ସହାୟତାରେ ହୀରାପଶି ଗ୍ରାମରେ ଚୋରା ମହୁଲି ମଦ କାରବାର ଓ ପ୍ରସ୍ତୁତି ସମୟରେ ଚଢ଼ାଉ କରିଥିଲେ । ଚଢ଼ାଉ ପରେ ବିପୁଳ ପରିମାଣର ମହୁଲି ମଦ ଓ ପୋଚ ଜବତ କରିଥିଲେ । ହେଲେ ଜବତ ଦେଶୀ ମଦ ଓ ମଦ ରନ୍ଧା ସାମଗ୍ରୀକୁ  ଅବକାରୀ ବିଭାଗ କର୍ମଚାରୀଙ୍କଠାରୁ ମଦ ମାଫିଆ ଛଡାଇ ନେଇଥିଲେ । ଏଥିସହ ତାଙ୍କ ମୋବାଇଲକୁ ଛଡ଼ାଇ ନେଇ ଫଟୋ ଓ ଭିଡ଼ିଓକୁ ଡିଲିଟ କରିଦେଇଥବା ଜଣାପଡ଼ିଛି । ଶତାଧିକ ପୁରୁଷ ଓ ମହିଳା ମଦ ମାଫିଆଙ୍କ ଏକଜୁଟ ହେବା ଦେଖି ଘଟଣାସ୍ଥଳରୁ ଖସି ପଳାଇ ଆସିବାକୁ ସଫଳ ହୋଇଛନ୍ତି ।

{"id":407672,"sizeSlug":"large","linkDestination":"none"}

ସମ୍ପୃକ୍ତ ଘଟଣାକୁ ନେଇ ଅବକାରୀ ବିଭାଗ ପକ୍ଷରୁ ମାଫିଆଙ୍କ ବିରୋଧରେ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏନେଇ ଅବକାରୀ ବିଭାଗର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଥିଲେ । ତେବେ ପ୍ରଶ୍ନ ଉଠୁଛି ଦିନ ଦ୍ବିପ୍ରହରରେ ମଦ ମାଫିଆମାନେ ପୋଲିସ ଓ ଅବକାରୀ ବିଭାଗକୁ ଖୋଲା ଚ୍ୟାଲେଞ୍ଜ ଦେବାକୁ କିପରି ସାହସ କରୁଛନ୍ତି ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.