ବୌଦ୍ଧରେ ଲାଲବାହିନୀ ସକ୍ରିୟ, ବାଣେଶ୍ୱର ଜଙ୍ଗଲରେ ଚାଲିଛି ଗୁଳିବିନିମୟ
21/11/2023 at 6:25 PM

ବୌଦ୍ଧ ୨୧।୧୧: ବୌଦ୍ଧ ଜିଲ୍ଲାରେ ପୁଣି ସକ୍ରିୟ ଲାଲବାହିନୀ । ଶଗଡା ଫାଣ୍ଡି ଅନ୍ତର୍ଗତ ବାଣେଶ୍ୱର୍ ଜଙ୍ଗଲ ରେ ୩୫ରୁ ୪୦ ନକ୍ସଲ ଥିବା ସୂଚନା ମିଳିଛି । ବୌଦ୍ଧ ପୋଲିସ SOG ଓ DVFର ମିଳିତ ଅପରେସନ ଜାରି ରହିଛି । ମାଓବାଦୀଙ୍କ ସହିତ ୫୦ ମିନିଟ୍ ଧରି ଗୁଳିବିନିମୟ ଚାଲିଥିଲା । କମ୍ବିଂରେ ବହୁ ମାଓ ସାମଗ୍ରୀ ଜବତ ହୋଇଛି । ଡିଟୋନେଟର, ବ୍ୟାଟେରୀ, ବିଦ୍ୟୁତ ତାର, ମେଡିସିନ ଜବତ ହୋଇଛି । ୬ ଜଣ ମହିଳା ନକ୍ସଲଙ୍କ ବସ୍ତ୍ର ଜବତ ହୋଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଏସପି ରାଜ୍ ପ୍ରସାଦ ସୂଚନା ଦେଇଛନ୍ତି ।
You Can Read :
Related Posts
ସୋଆ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କର କୃତିତ୍ୱ
4 December 2023