ବରଗଡରେ ସ୍ଥିତି ଜାହିର କଲେ ମାଓବାଦୀ, ଏସ୍‌ଓଜି ଯବାନଙ୍କ ସହ ଗୁଳିବିନିମୟ

Published By : Prameya-News7 Bureau | February 23, 2024 IST

ପଦ୍ମପୁର ୨୩।୨: ବରଗଡ଼ ଜିଲ୍ଲା ପାଇକମାଲ ଥାନା ଗନ୍ଧମାର୍ଦନ ପାହାଡରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ବରଗଡ ଜିଲ୍ଲା ପାଇକମାଲ ଥାନା ଗନ୍ଧମାର୍ଦନ ପାହାଡରେ ଶୁକ୍ରବାର ସକାଳୁ ଏସଓଜି ଯବାନମାନେ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ । ଯବାନ ଓ ମାଓବାଦୀମାନେ ମୁହାଁମୁହିଁ ହେବା ଫଳରେ ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା ।

ତବେ ଏହି ଅଞ୍ଚଳରେ ବହୁଦିନ ପରେ ମାଓବାଦୀମାନେ ନିଜ ଉପସ୍ଥିତି ଜାହିର କରିଛନ୍ତି । ଦୀର୍ଘ ଦିନ ହେବ ପଦ୍ମପୁର ପାଇକମାଲ ଅଞ୍ଚଳରେ ମାଓବାଦୀମାନେ ରହିଥିବା ନେଇ କୌଣସି ସୂଚନା ନଥିଲା । ହେଲେ ଶୁକ୍ରବାର ସକାଳୁ ମାଓବାଦୀଙ୍କ ଅବସ୍ଥିତି ସାଧାରଣ ଜନତାଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।

ସେପଟେ ଉଭୟ ପକ୍ଷରୁ ଘନ ଘନ ଗୁଳିଚାଳନା ହୋଇଥିବା ଖବର ରହିଥିବା ବେଳେ ଘଟଣାସ୍ଥଳକୁ ପୋଲିସର ବରିଷ୍ଠ ଅଧିକାରୀ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ବରଗଡ଼ ଜିଲ୍ଲା ପାଇକମାଲକୁ ଗସ୍ତ କରି ଘଟଣାର ଅନୁଧ୍ୟାନ କରୁଥିବା ସୂଚନା ରହିଥିବା ବେଳେ ବରଗଡ଼ ଏସ୍‌ପି ଉକ୍ତ ଘଟଣାକୁ ନେଇ ମୁହଁ ଖୋଲିନାହାନ୍ତି । ତେବେ ପାଇକମାଲ ଥାନାରୁ ପ୍ରାୟ ୧୮ କିଲୋମିଟର ଦୂରରେ ଘଟଣା ଘଟିଥିବା ବେଳେ ବରଗଡ଼ ନୂଆପଡା ଓ ମହାସମୁନ୍ଦ ମାଓ ଡିଭିଜନର ମାଓ ସଂଗଠନ ହୋଇଥିବା ସୂଚନା ରହିଛି ।

You Can Read :

wp:embed {"url":"https://www.prameyanews7.com/bhdrak-student-sucide-before-exam/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bhdrak-student-sucide-before-exam/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.