vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଅତ୍ୟଧିକ ଇୟରଫୋନ୍ ବ୍ୟବହାର ହୋଇପାରେ ବିପଜ୍ଜନକ, କାନ ଉପରେ ପକାଇପାରେ ଖରାପ ପ୍ରଭାବ

21/05/2022 at 7:48 PM

ନୂଆଦିଲ୍ଲୀ ୨୧।୫: ପରିବର୍ତ୍ତିତ ଜୀବନଶୈଳୀରେ ଆଜିକାଲି ଅଧିକାଂଶ ଲୋକ ଦାମୀ ଦାମୀ ହେଡ୍‌ଫୋନ୍ ବ୍ୟବହାର କରୁଛନ୍ତି । ଏହାଦ୍ବାରା ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡୁଛି । ସମସ୍ତେ ଜାଣିଛନ୍ତି କୌଣସି ବି ଜିନିଷ ଅଧିକ ବ୍ୟବହାର କରିବା ଦ୍ବାରା ତାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏମିତି କିଛି ଇୟର ଫୋନ୍ ଏବଂ ହେଡ୍‌ଫୋନ୍ ବ୍ୟବହାର କରିବା ଦ୍ବାରା ମଧ୍ୟ ହୋଇଥାଏ । ଯଦି ଆପଣ ଏହାକୁ ଦିନସାରା ବ୍ୟବହାର କରିବେ ତେବେ ଏହା ଶ୍ରବଣ ଶକ୍ତି ଉପରେ ପ୍ରଭାବ ପକାଇପାରେ । ଇଏନଟି ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହାଦ୍ବାରା କାନ ଉପରେ ଧୀରେ ଧୀରେ ପ୍ରଭାବ ପଡିବା ଆରମ୍ଭ ହୋଇଥାଏ । କେବଳ ଏତିକି ନୁହେଁ କାନରେ ସଂକ୍ରମଣ ହେବାର ମଧ୍ୟ ଭୟ ଥାଏ । ତେବେ ଆସନ୍ତୁ ଜାଣିବା ଏହାଦ୍ବାରା କାନ ଉପରେ କ’ଣ କ’ଣ ପ୍ରଭାବ ପଡିଥାଏ ।

ବିଶେଷଜ୍ଞଙ୍କ ମତରେ ଯଦି ଆପଣ ହେଡ୍‌ଫୋନ୍ ଅଧିକ ସମୟ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ କାନ ବେଶୀ ପ୍ରଭାବିତ ହୁଏ । ଏହା ଦ୍ବାରା ବାରମ୍ବାର ସଂକ୍ରମଣର ଆଶଙ୍କା ଦେଖାଯାଇଥାଏ । ଆରମ୍ଭରେ କାନରେ ଯନ୍ତ୍ରଣା ହେବାକୁ ଲାଗିଥାଏ । ଧୀରେ ଧୀରେ ଆପଣଙ୍କ ସମସ୍ୟା ବଢିପାରେ । ଯନ୍ତ୍ରଣା ହେବା ପରେ ଆପଣଙ୍କ କାନରେ ସଂକ୍ରମଣ ହେବାର ଭୟ ଥାଏ । କାହାର କାହାର ମୁଣ୍ଡ ମଧ୍ୟ ବୁଲାଇଥାଏ ।

ଏହା ବ୍ୟତୀତ ଛୁଆଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । କେବେ କେବେ ହେଡ୍‌ଫୋନ୍ ଅଧିକ ବ୍ୟବହାର କରିବା ଦ୍ବାରା ଧ୍ୟାନ ଦେବାରେ ମଧ୍ୟ ସମସ୍ୟା ହୋଇପାରେ । ଯଦି ଆପଣ ବ୍ୟବହାର କରୁଥିବା ହେଡ୍‌ଫୋନ୍ କାହାରିକୁ ଦିଅନ୍ତି ଅଥବା ଅନ୍ୟର ହେଡ୍‌ଫୋନ୍ ନିଅନ୍ତି ତେବେ ଏହା ଦ୍ବାରା ମଧ୍ୟ ଆପଣଙ୍କ କାନ ଉପରେ ଖରାପ ପ୍ରଭାବ ପଡିପାରେ । ଏମିତିରେ ହେଡ୍‌ଫୋନ୍ କିମ୍ବା ଇୟର ଫୋନ୍ ସେୟାର କରିବାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ଏଭଳି ସମସ୍ୟାରୁ ବର୍ତ୍ତିବା ପାଇଁ ଇୟରଫୋନ୍ ବଦଳରେ ହେଡ୍‌ଫୋନ୍ ବ୍ୟବହାର କରିବା ଭଲ ଅଟେ । ଯଦି ନିହାରି ଜରୁରୀ ତେବେ ସମୟ ବ୍ୟବଧାନରେ ଏହାକୁ ବ୍ୟବହାର କରନ୍ତୁ ।

   Related Posts