ଅତ୍ୟଧିକ ନଡ଼ିଆ ପାଣି ପିଉଛନ୍ତି କି? : ଜାଣନ୍ତୁ ଏହାର ଅପକାରୀତା ବିଷୟରେ

Published By : Prameya-News7 Bureau | July 04, 2019 IST

ନଡ଼ିଆ ପାଣି କେବଳ ଯେ ଏକ ଉତ୍ତମ ସ୍ରୋତ ବରଂ ଏଥିରେ ଭିଟାମିନ୍,କ୍ୟାଲସିୟମ୍,ଫାଇବର,ମ୍ୟାଗ୍ନେସିୟମ୍,ଖଣିଜ ପଦାର୍ଥ ଭଳି ପୋଷକ ତତ୍ତ୍ବ ରହିଥାଏ। ଏହା କେବଳ ଆମକୁ ସୁସ୍ଥ ନରଖିଥାଏ ବରଂ ଗ୍ରୀଷ୍ମଦିନେ ଏହା ଆମକୁ ଶୀତଳତା  ଏବଂ ତାଜାପଣ ପ୍ରଦାନ କରିଥାଏ। କିନ୍ତୁ ଏହା ଯେତିକି ଲାଭଦାୟକ ହୋଇଥାଏ ସେତିକି ହାନିକାରକ ହୋଇଥାଏ। ଅତ୍ୟଧିକ ପରିମାଣରେ ନଡ଼ିଆ ପାଣି ସେବନ କରିବା ଦ୍ବାରା ଶରୀରକୁ ବିଭିନ୍ନ ପ୍ରକାର କ୍ଷତି ପହଞ୍ଚିଥାଏ। ସେଥିପାଇଁ ଏହା ସେବନ କରିବା ପୂର୍ବରୁ ଏହା କ୍ଷତିକାରୀ ଗୁଣ ବିଷୟରେ ଜାଣିବା

{"id":130293}

୧. ଏଥିରେ ଶର୍କରାର ମାତ୍ରା ଅଧିକ ରହିଥାଏ ଯାହା ଫଳରେ ଏହା ମଧୁମେହ ରୋଗୀଙ୍କ ପାଇଁ ହାନିକାରକ ହୋଇଥାଏ। ହୃଦରୋଗୀମାନେ ସୀମିତ ମାତ୍ରାରେ ନଡ଼ିଆ ପାଣି ପିଅନ୍ତୁ।

{"id":130294}

୨. ଶରୀରରେ ଯଦି ସବୁବେଳେ କ୍ଳାନ୍ତି ଏବଂ ଥକ୍କାପଣ ଅନୁଭବ ହୋଇଥାଏ ତେବେ ନଡ଼ିଆ ପାଣି କମ୍ ମାତ୍ରାରେ ସେବନ କରିବା ଉଚିତ୍। ଏହା ଦ୍ବାରା ଶରୀରରେ ଇଲେକ୍ଟୋଲାଇଟସର ସନ୍ତୁଳନ ବିଗିଡ଼ିଯାଇଥାଏ।

{"id":130295}

୩. ୩୦୦ମିଲି ନଡ଼ିଆ ପାଣିରେ ୬୦କ୍ୟାଲୋରୀ ରହିଥାଏ,ଏଥିପାଇଁ ବହୁତ ସାବଧାନତାର ସହ ଏହାକୁ ସେବନ କରିବା ଉଚିତ୍।

{"id":130296}

୪. ଏଥିରେ ଡ୍ୟୁରେଟିକ୍ ଗୁଣ ରହିଥାଏ,ଯାହା ଫଳରେ ଟିକେ ପରେ ଟିକେ ପରିସ୍ରା ଲାଗିଥାଏ। ଏହା ଶରୀରକୁ ହାଇଡ୍ରେଟ କରୁଥିଲେ ମଧ୍ୟ ଅଧିକ ସେବନ ଡିହାଇଡ୍ରେସନର କାରଣ ମଧ୍ୟ ହୋଇଥାଏ।

{"id":130297}

୫. ଏହା ଶରୀରରେ ଏକ ଲୈକସୋଟିଭ ଭାବେ କାମ କରିଥାଏ ଯାହା ଆପଣଙ୍କ ପାଚନ ତନ୍ତ୍ରକୁ ପ୍ରଭାବିତ କରିଥାଏ।

{"id":130298,"width":569,"height":338}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.