oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର:ପ୍ରଧାନ ଶିକ୍ଷକଙ୍କ ବଦଳିକୁ ବିରୋଧ, ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ
  • ||
  • ଛତିଶଗଡ଼ରେ ୪ ଓଡ଼ିଆଙ୍କୁ ନିର୍ମମ ହତ୍ୟା, ସ୍ୱାମୀ-ସ୍ତ୍ରୀ ଓ ଦୁଇ ଛୁଆ ମୃତ
  • ||
  • ଶାରଳାଙ୍କ ପୀଠରେ ଷଷ୍ଠୀ ପୂଜା, ମା’ଙ୍କ ଦର୍ଶନ ଲାଗି ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୩ କୋଭିଡ୍ ପଜିଟିଭ୍
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ, ବହୁଚର୍ଚ୍ଚିତ ପ୍ରେମ କାହାଣୀରେ ପଡିଲା ପୂର୍ଣ୍ଣଚ୍ଛେଦ
  • ||
  • ମହାଷଷ୍ଠୀରେ ଭିଜିବ ଉପକୂଳ, ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ପହିଲାରୁ ବଢିବ ବର୍ଷା ପରିମାଣ
  • ||
  • ଶୁକ୍ରବାର ବସିବ କ୍ୟାବିନେଟ ବୈଠକ, ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||

ଉଦାହରଣ ସାଜିଲେ ଝିଅ: ମାଆଙ୍କ ଶେଷ ଇଚ୍ଛାକୁ ସମ୍ମାନ ଦେଇ ଦାନ କଲେ ୧ କୋଟି ଟଙ୍କାର ଉର୍ଦ୍ଧ୍ଵ ସମ୍ପତ୍ତି

15/12/2020 at 10:04 PM

ନବରଙ୍ଗପୁର ୧୫।୧୨: ସମ୍ପତ୍ତି ପାଇଁ ପରିବାର, ପରିବାର ମଧ୍ୟରେ  ଭିତରେ ମାରପିଟ ହଣା କଟା ଆଜିର ସମାଜରେ ବହୁତ ଦେଖିବାକୁ ଦେଖିବାକୁ ମିଳିଛି। ଏପରିକି ସବୁ ରକ୍ତ ସମ୍ପର୍କକୁ ପଛରେ ପକାଇ କେହି କାହାର ମୁହଁ ଚାହୁଁ ନଥିବା ସହ ସମ୍ପର୍କୀୟଙ୍କୁ ଅଦାଲତ ପର୍ଯ୍ୟନ୍ତ ଘୋଷାଡି ଆଣିବା ଭଳି ଘଟଣା ସଧାରଣ ହୋଇଯାଇଛି। ହେଲେ ପ୍ରଭୁ ଜଗନ୍ନାଥଙ୍କ ଜଣେ ମହିଳାଙ୍କ ଭକ୍ତଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ  ଉକ୍ତ ମହିଳାଙ୍କ ପରିବାର ଲୋକ ପାଖାପାଖି ୧ କୋଟି ଟଙ୍କାରୁ ଉର୍ଦ୍ଧ୍ବ ସମ୍ପତ୍ତିକୁ ନବରଙ୍ଗପୁର ଜଗନ୍ନାଥ ମନ୍ଦିରକୁ ଦାନ କରିଛନ୍ତି।

ନବରଙ୍ଗପୁର ସହର ଭଗବତୀ ସାହିରେ ରହୁଥବା ଭବାନୀ ସାହୁ ଓ ତାଙ୍କ ସ୍ତ୍ରୀ ବୈଜନ୍ତିମାଳା ସାହୁଙ୍କ ତିନି ଝିଅ ଅଛନ୍ତି। ଏହି ତିନି ଝିଅ ମାଆଙ୍କ ଶେଷ ସମୟ ଇଚ୍ଛାକୁ ପୂରଣ କରିବାକୁ ଯାଇ ମାଆଙ୍କ ନାମରେ ନବରଙ୍ଗପୁର ସହର ମଧ୍ୟରେ ଥିବା ଭଗବତୀ ସାହି ସ୍ଥିତ ୨୫ ବଖରା ବିଶିଷ୍ଟ ୩ ମହଲା କୋଠା ଘର ନବରଙ୍ଗପୁର ଜଗନ୍ନାଥ ମନ୍ଦିରକୁ ଦାନ କରିଛନ୍ତି। ଏଥିସହ ୧ ମଙ୍ଗଳ ସୂତ୍ର, ରୂପାର ଫରୁଆ, ରୂପାର ବ୍ରତ ପେଢି, ରୂପାର ମଥା ମଣି ନବରଙ୍ଗପୁର ନୀଳ କଣ୍ଠେଶ୍ୱର ମନ୍ଦିର ଭିତରେ ଥିବା ପାର୍ବତୀ ମନ୍ଦିରକୁ ଦାନ କରିଛନ୍ତି। ମାଆ ବୈଜନ୍ତିମାଳାଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ସେ ଚାହିଁଥିବା ଏହି ଶେଷ ଇଚ୍ଛାକୁ ନେଇ ଗର୍ବ କରିଛନ୍ତି ପରିଜନ।

ସ୍ବର୍ଗତ ବୈଜନ୍ତିମାଳା ସାହୁଙ୍କର ଚଳିତ ମାସ ୨ ତାରିଖ ଦିନ ପରଲୋକ ଘଟିଥିଲା, ବୈଜନ୍ତିମାଳାଙ୍କ ସ୍ୱାମୀ ଭବାନୀ ସାହୁ ମଧ୍ୟ ରୋଗାଗ୍ରସ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ପଡିରହିଛନ୍ତି। ଭବାନୀ ସାହୁ ଓ ବୈଜୟନ୍ତି ସାହୁ ନିଜର ତିନି ଝିଅ ପୁଷ୍ପାଞ୍ଜଳି ସାହୁ, ଗୀତାଞ୍ଜଳି ଶତପଥୀ, ଶ୍ରଦ୍ଧାଞ୍ଜଳି ପଣ୍ଡାଙ୍କ ବାହାଘର ଦାୟିତ୍ୱ ସବୁ ସମ୍ପନ୍ନ କରି ସାରିଛନ୍ତି। କିନ୍ତୁ ତାଙ୍କର ପୁଅ ନଥିବାରୁ ସେ ପ୍ରଭୁ ଜଗନ୍ନାଥଙ୍କୁ ପୁଅ ଭାବେ ଗ୍ରହଣ କରି ନେଇଥିଲେ। ଜଗନ୍ନାଥଙ୍କୁ ଭକ୍ତି ଓ ଶ୍ରଦ୍ଧା କରୁଥିଲେ। ଏହି କାରଣରୁ ଶେଷ ସମୟରେ ବୈଜୟନ୍ତିମାଳା ତାଙ୍କ ସମ୍ପତ୍ତିର ପୁଅର ଭାଗକୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସମର୍ପଣ କରିବାକୁ ଚାହିଁଥିଲେ।

ମାଆଙ୍କ ଏହି ଶେଷ ଇଚ୍ଛାକୁ ପୂରଣ କରିବାକୁ ୩ ଝିଅ ଆଜି ମାଆଙ୍କ ୧୪ ଦିନିଆ କାର୍ଯ୍ୟକ୍ରମ ଦିନ ନବରଙ୍ଗପୁର ଜଗନ୍ନାଥ ମନ୍ଦିର ନୀତି ପରିଚାଳନା ନିଯୋଗ ନାଁରେ ସଂପତ୍ତି ଦାନ କରିଛନ୍ତି। ଦାନ କରାଯାଇଥିବା ୨୫ ବଖରା ବିଶିଷ୍ଟ କୋଠା ଘରେ ୯ ଟି ପରିବାର ଭଡା ସୂତ୍ରରେ ରହି ପାରିବେ। ତେଣୁ ଏହାକୁ ଭଡା ଦେଇ ଯାହା ଅର୍ଥ ଆସିବ ସେଥିରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିଦିନର ନୀତିକାନ୍ତିରେ ଟଙ୍କାକୁ ବିନିଯୋଗ କରାଯିବ ବୋଲି ରାଜ ପୁରୋହିତ କହିଛନ୍ତି।

ସ୍ଵର୍ଗତ ବୈଜୟନ୍ତୀମାଳାଙ୍କ ଏହିଭଳି ପଦକ୍ଷେପ ଓ ତାଙ୍କ ୩ ଝିଅଙ୍କ ମାଆଙ୍କ ଶେଷ ଇଛାର ସମ୍ମାନ ଦେବା ଘଟଣା ସାଧାରଣରେ ପ୍ରଶଂସିତ ହୋଇଛି।

   Related Posts