ଭାବପ୍ରବଣ କରି ଦେବା ପରି ସଫଳତା : ଶ୍ରମିକ, ତାଙ୍କ ପରିବାର ଓ ଉଦ୍ଧାରକାରୀଙ୍କୁ ପିଏମ୍ ମୋଦୀଙ୍କ ସଲାମ୍

Published By : Prameya-News7 Bureau | November 28, 2023 IST

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସିଲକ୍ୟାରା ସୁଡ଼ଙ୍ଗରେ ଫସିଥିବା ଶ୍ରମିକଙ୍କୁ ୧୭ ଦିନ ପରେ ସୁରକ୍ଷିତ ଉଦ୍ଧାର କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସଫଳ ଅଭିଯାନ ଉପରେ ଖୁସି ବ୍ୟକ୍ତ କରିଛନ୍ତି । ପିଏମ୍ ମୋଦୀ ଏକ୍ସରେ ଲେଖିଛନ୍ତି, 'ଉତ୍ତରକାଶୀରେ ଆମ ଶ୍ରମିକ ଭାଇଙ୍କ ରେସ୍କ୍ୟୁ ଅପରେସନର ସଫଳତା ସମ୍ଭିଙ୍କୁ ଭାବୁକ କରୁଛି'।

ପିଏମ୍ ମୋଦୀ ଲେଖିଛନ୍ତି, 'ଟନେଲରେ ଯେଉଁ ସାଥୀ ଫସିଥିଲେ । ସେମାନଙ୍କୁ ମୁଁ କହିବାକୁ ଚାହୁଁଛି ଯେ ଆପଣଙ୍କ ସାହସ ଓ ଧୈର୍ଯ୍ୟ ସମସ୍ତଙ୍କୁ ପ୍ରେରଣା ଦେଉଛି । ମୁଁ ଆପଣ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି । ଏହା ଅତ୍ୟନ୍ତ ଖୁସିର ବିଷୟ ଯେ ଦୀର୍ଘ ଅପେକ୍ଷା ପରେ ଏବେ ଆମର ଏହି ସାଥୀମାନେ ନିଜ ପ୍ରିୟଜନଙ୍କୁ ଭେଟିପାରିବେ'।

wp:html /wp:html

ପ୍ରଧାନମନ୍ତ୍ରୀ ଲେଖିଛନ୍ତି, 'ସମସ୍ତଙ୍କ ପରିଜନ ମଧ୍ୟ ଏହି ଆହ୍ୱାନପୂର୍ଣ୍ଣ ସମୟରେ ଯେଉଁ ଧୈର୍ଯ୍ୟ ଓ ସାହସର ପରିଚୟ ଦେଇଛନ୍ତି, ତାକୁ ଯେତେ ପ୍ରଶଂସା କଲେ ବି କମ ହେବ । ମୁଁ ଏହି ଉଦ୍ଧାର ଅଭିଯାନରେ ସାମିଲ ସମସ୍ତଙ୍କ ଉଦ୍ୟମକୁ ସଲାମ କରୁଛି । ସେମାନଙ୍କ ବାହାଦୂରୀ ଓ ସଂକଳ୍ପ-ଶକ୍ତି ଆମ ଶ୍ରମିକ ଭାଇଙ୍କୁ ନୂଆ ଜୀବନ ଦେଇଛି । ଏହି ମିଶନରେ ସାମିଲ ସମସ୍ତେ ମାନବିକତା ଓ ଟିମ୍ ୱାର୍କର ଏକ ଅଦ୍ଭୂତ ଉଦାହରଣ ସୃଷ୍ଟି କରିଛି'। ଉଲ୍ଲେଖଯୋଗ୍ୟ ଯେ ଟନେଲରୁ ବାହାର କରାଯିବା ପରେ ସମସ୍ତ ଶ୍ରମିକଙ୍କୁ ହସ୍ପିଟାଲ୍ ନିଆଯାଇଛି ।

ନଭେମ୍ୱର ୧୨ରେ ଦୀପାବଳି ଦିନ ଭୋର ପାଞ୍ଚଟାରେ ଭୂସ୍ଖଳନ ଯୋଗୁଁ ୪୧ ଶ୍ରମିକ ସୁଡଙ୍ଗ ଭିତରେ ଫସି ରହିଥିଲେ । ଦୀର୍ଘ ୧୭ ଦିନ ଧରି ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଚାଲିଥିଲା ।

Also Read: ବିଜୟର ନାୟକ : ରାଟ୍ ହୋଲ୍ ବିଶେଷଜ୍ଞଙ୍କଠାରୁ ବିଦେଶୀ ଇଞ୍ଜିନିୟର ଯାଏ, ୪୧ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଟିମ୍‌କୁ ଜାଣନ୍ତୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.